
ଭୁବନେଶ୍ୱର, 18 ଡିସେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ କିଂଜରାପୁଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁ
କିଞ୍ଜରାପୁ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସେ ଜଣେ ପ୍ରତିଶ୍ରୁତିଶୀଳ ଓ ଉର୍ଜାଶୀଳ
ନେତା ଭାବେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ଏବଂ ସୁଧାରରେ ଗୁରୁତ୍ୱପୂର୍ଣ୍ଣ
ଅବଦାନ ରଖୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ଉତମ ସ୍ୱାସ୍ଥ୍ୟ
ଏବଂ ଦେଶସେବାରେ ଅବିରତ ସଫଳତା ପ୍ରଦାନ କରୁନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା