ଏ ସରକାରର ମହିଳା ମାନଙ୍କ ପ୍ରତି ଧ୍ୟାନ ନାହିଁ- କଂଗ୍ରେସ
ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ଧଉଳି ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ଙ୍କ ଟାର୍ଗେଟ କଲା ମହିଳା କଂଗ୍ରେସ । ଏ ସରକାରର ମହିଳା ମାନଙ୍କ ପ୍ରତି ଧ୍ୟାନ ନାହିଁ । ଧଉଳି ଭଳି ଶାନ୍ତି ପ୍ରିୟ ଜାଗାରେ ଯୋଉ ଘଟଣା ଘଟିଲା ଲଜ୍ଜାଜନକ ।. ସେଠାରେ ଥାନା ରହିଛି ପୋଲିସ ଜା
କଂଗ୍ରେସ


ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ଧଉଳି ଦୁଷ୍କର୍ମ ମାମଲାରେ

ରାଜ୍ୟ ସରକାର ଙ୍କ ଟାର୍ଗେଟ କଲା ମହିଳା କଂଗ୍ରେସ । ଏ ସରକାରର ମହିଳା ମାନଙ୍କ ପ୍ରତି ଧ୍ୟାନ

ନାହିଁ । ଧଉଳି ଭଳି ଶାନ୍ତି ପ୍ରିୟ ଜାଗାରେ ଯୋଉ ଘଟଣା ଘଟିଲା ଲଜ୍ଜାଜନକ ।. ସେଠାରେ ଥାନା

ରହିଛି ପୋଲିସ ଜାଣିପାରିଲାନି କେମିତି । ଏ ସରକାର ମହିଳା ଙ୍କ ପ୍ରତି ଅନ୍ୟୟ ଅତ୍ୟାଚାର

କରୁଛନ୍ତି । ବିଜେପି ସରକାର ଉପରେ ବିଶ୍ୱାସ ଥିଲା ରାଜ୍ୟରେ ମହିଳା ମାନେ ସୁରକ୍ଷିତ ରହିବେ ।ବିଜେପି

ସରକାର ଆସିବା ପରେ ଦିନକୁ ଦିନ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି ।ମହିଳାଙ୍କ ସୁରକ୍ଷା

ପାଇଁ ଯଦି ସରକାର ସଚେତନ ନ ହୁଅନ୍ତି ଆଗାମୀ ଦିନରେ ରାଜଭବନ ଘେରାଉ କରିବୁ ବୋଲି ମହିଳା

କଂଗ୍ରେସ ସଭାନେତ୍ରୀ ମିନାଷୀ ବାହିନୀପତି କହିଛନ୍ତି । ଏହା ସହ ପୀଡିତାଙ୍କୁ 5ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷିତ ରଖିବାକୁ ମହିଳା କଂଗ୍ରେସ ଦାବି କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande