ଇତିହାସ ବିଭାଗର ଆଲୋଚନାଚକ୍ର : ଇତିହାସ ଅତୀତ କଥା ମାନେ ପକାଏ : ଅତିଥି
ଧର୍ମଶାଳା,୧୮ଡିସେମ୍ବର(ହି.ସ) - ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ମଧୁପୁର ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଇତିହାସ ଅତୀତ କଥା ମନେ ପକାଏ ବୋଲି ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ଭାରତ ସ୍ୱାଧୀନତାରେ ମହିଳା ସ
ଇତିହାସ ବିଭାଗର ଆଲୋଚନାଚକ୍ର : ଇତିହାସ ଅତୀତ କଥା ମାନେ ପକାଏ : ଅତିଥି


ଧର୍ମଶାଳା,୧୮ଡିସେମ୍ବର(ହି.ସ) - ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ମଧୁପୁର ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଇତିହାସ ଅତୀତ କଥା ମନେ ପକାଏ ବୋଲି ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ଭାରତ ସ୍ୱାଧୀନତାରେ ମହିଳା ସଂଗ୍ରାମୀଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ବିଭାଗ ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇ ଓଡିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ରମାଦେବୀ,ସାରଳା ଦେବୀ ଓ ମାଳତୀ ଚୌଧୁରୀଙ୍କ ଜୀବନୀ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନେ କିପରି ସଫଳତାର ସୋପାନ ଅତିକ୍ରମ କରିବେ ତାହାକୁ ନେଇ ଆଲୋଚନା କରି ଥିଲେ । ସମ୍ମାନୀତ ଅତିଥିଭାବେ ପ୍ରାଣୀ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ବିନୟ କୁମାର ମହାନ୍ତି,ଯୋଗ ଦେଇ ସଂଗ୍ରାମୀଙ୍କ ନୀତି ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଇତିହାସ ବିଭାଗ ମୁଖ୍ୟ ସବିତା ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ଅଧ୍ୟାପକ ଅଦୈତ କୁମାର ସ୍ୱାଇଁ ମଂଚ ପରିଚାଳନା କରିଥିଲେ । ଇତିହାସ ବିଭାଗର ଛାତ୍ରଛାତ୍ରୀ ସନ୍ଦର୍ଭଗୁଡିକ ପ୍ରଦର୍ଶନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଅଧ୍ୟାପକ ମନୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande