
ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ନ୍ୟାସନାଲ ହେରାଲ୍ଡ ମାମଲାରେ ବିଜେପିର ଷଡଯନ୍ତ୍ର ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ପାର୍କଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍ବୋଧନ ଦେଇ ଶ୍ରୀ ଜେନା କହିଥିଲେ ଯେ ଗାନ୍ଧୀ ପରିବାରକୁ ବଦନାମ କରିବାପାଇଁ ବିଜେପି ଯେଉଁ ଚକ୍ରାନ୍ତ କରିଥିଲା ସେଥିରେ ସୁପ୍ରିମକୋର୍ଟ କଂଗ୍ରେସକୁ ଦୋଷମୁକ୍ତ କରି ବିଜେପିର ଅସଲ ମୁଖାକୁ ଖୋଲି ଦେଇଛନ୍ତି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଆଲୋକ ମହାନ୍ତି, ବିଜୟାନନ୍ଦ ଚାଉଳିଆ,ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, ଜୟକୃଷ୍ଣ ମଲିଆ, ଜୟକୃଷ୍ଣ ସୁବୁଦ୍ଧି, ଖଗେଶ୍ୱର ମଲ୍ଲିକ,ପ୍ରମୁଖ ବହୁ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା