ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ଧର୍ମଶାଳା,୧୮ଡିସେମ୍ବର(ହି.ସ) - ପାଠ ପଢା ସହ କୋମଳମତି ଶିଶୁଙ୍କ ଶାରୀରିକ ବିକାଶ ସହ ସେମାନଙ୍କ ପ୍ରତିଭାକୁ ଲୋକାଲୋଚନକୁ ଆଣିବା ପାଇଁ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି । ଏନେଇ ସମସ୍ତ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲା ରସୁଲପୁର
ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ


ଧର୍ମଶାଳା,୧୮ଡିସେମ୍ବର(ହି.ସ) - ପାଠ ପଢା ସହ କୋମଳମତି ଶିଶୁଙ୍କ ଶାରୀରିକ ବିକାଶ ସହ ସେମାନଙ୍କ ପ୍ରତିଭାକୁ ଲୋକାଲୋଚନକୁ ଆଣିବା ପାଇଁ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି । ଏନେଇ ସମସ୍ତ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ବାଲୁଙ୍କେଶ୍ୱର କ୍ଲଷ୍ଟର ଅଧିନରେ ଥିବା ମଙ୍ଗରାଜପୁର ପଂଚାୟତ ଲଙ୍କାବାଲିସାହିସ୍ଥ ବାଲୁଙ୍କେଶ୍ୱର ନୋଡାଲ ଓ ଜବହାରଲାଲ ନେହେରୁ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆନୁଷ୍ଠାନିକଭାବେ ଉଦ୍‌ଘାଟିତ ହୋଇଯାଇଛି । ଜବହରଲାଲ ନେହେରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ନାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ରାମଚନ୍ଦ୍ର ସାହୁ,ମୁଖ୍ୟବକ୍ତାଭାବେ ଶିକ୍ଷାବିତ ହେମନ୍ତ କୁମାର ସାହୁ ଓ ସମ୍ମାନୀତ ଅତିଥିଭାବେ ମଙ୍ଗରାଜପୁର ପଂଚାୟତ ପୂର୍ବତନ ସମିତି ସଭ୍ୟ ଗୋପାଳ ଚନ୍ଦ୍ର ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀମାନେ ପୁସ୍ତକଗତ ଶିକ୍ଷା ଓ ଶାରୀରିକ କ୍ରୀଡା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇ ଥିଲେ । କ୍ରୀଡା ପ୍ରେମୀ ଶିକ୍ଷକ ଅନନ୍ତ କିଶୋର ପରିଡା ଅତିଥି ପରିଚୟ ଓ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗୋପାଳ ଚନ୍ଦ୍ର ମିଶ୍ର,ଶେଷଦେବ ବାରିକ,ପିତାମ୍ବର ପଣ୍ଡା,ଜ୍ୟୋତ୍ସ୍ନାରାଶୀ ଶତପଥୀ,ସସ୍ମିତା ସାମଲ,ଅଶ୍ୱୀନି ପତି ଓ ଦୁଃଖୀଶ୍ୟାମ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ଶ୍ରୀବତ୍ସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande