ଶ୍ରୀମନ୍ଦିର ପ୍ରଶାସନର ୨୦୨୬ ଇଂରାଜୀ ନବବର୍ଷ କ୍ୟାଲେଣ୍ଡର ଲୋକାର୍ପିତ
ପୁରୀ, ୧୮ ଡିସେମ୍ବର (ହି.ସ.) - ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପ୍ରଶାସନର କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ମହାପ୍ରଭୁଙ୍କ ଚରଣକମଳରେ ଦେବାର୍ପଣ ହୋଇଥିବାବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭୁବନେଶ୍ୱର ଠାରେ ଏହା ଲୋକାର୍ପି
ଶ୍ରୀମନ୍ଦିର ପ୍ରଶାସନର ୨୦୨୬ ଇଂରାଜୀ ନବବର୍ଷ କ୍ୟାଲେଣ୍ଡର ଲୋକାର୍ପିତ


ପୁରୀ, ୧୮ ଡିସେମ୍ବର (ହି.ସ.) - ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପ୍ରଶାସନର କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ମହାପ୍ରଭୁଙ୍କ ଚରଣକମଳରେ ଦେବାର୍ପଣ ହୋଇଥିବାବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭୁବନେଶ୍ୱର ଠାରେ ଏହା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସାମଲ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ର ମାନଙ୍କରେ ଏହି କ୍ୟାଲେଣ୍ଡର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ କ୍ରୟ ନିମନ୍ତେ ଉପଲବ୍ଧ ହେବ। ଏହି କ୍ୟାଲେଣ୍ଡରର କଳେବର ମହାପ୍ରଭୁଙ୍କ ବିଭିନ୍ନ ବେଶର ପଟ୍ଟଚିତ୍ର ,ବାଲୁକା କଳା ତଥା ତାଳପତ୍ର ପୋଥିର ଚାରୁକଳାକୁ ନେଇ ଆକର୍ଷଣୀୟ ଦୃଷ୍ଟିରୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ନିକଟରେ ଆଦୃତ ହେବ। ଇଂରାଜୀ ନବବର୍ଷ ଅବସରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇବାସହ ମହାପ୍ରଭୁଙ୍କ ପଦ୍ମ ପାଦରେ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande