
ଗଞାମ, ୧୯ ଡିସେମ୍ବର (ହି.ସ.)- ଶେରଗଡ ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ସୁପୋଷଣ ଓଡିଶା ପକ୍ଷରୁ ଶିଶୁ ମାନଙ୍କୁ କୁପୋଷଣ ମୁକ୍ତକରି୨୦୨୯ ଵର୍ଷ ସୁଦ୍ଧା ସୁପୋଷଣ ଅବସ୍ଥାରେ ଶିଶୁମାନଙ୍କୁ ପହଞ୍ଚାଇଵା ଲକ୍ଷ୍ଯ ନେଇ ଅଙ୍ଗନବାଡି କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ନିଉଟ୍ରେସନ କନସୁଲେଟର ହୃଦୟ ପ୍ରଦୀପ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ଯ ଓ ତରିକା ସମ୍ପର୍କରେ ଆଲୋକପାତ କରିଥିଲେ। ଵ୍କକ ସଂଯୋଜକ ଶିଵରାମ ଆଚାରୀ ଉପସ୍ଥିତ ଥିଲେ।
ଦୁଇଟି ସେକ୍ଟରର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ତାଲିମରେ ଭାଗ ନେଇଥିବା ଵେଳେ ସିଡ଼ିପିଓ ମମତାଞ୍ଜଳି ପଣ୍ଡା ତାଲିମ କେନ୍ଦ୍ର ପରିଚାଳନା କରିଥିଲେ। ସଂଯୁକ୍ତା ପ୍ରଧାନ, ରସ୍ମିତା ଯାନୀ, ରମା ଅଧୀକାରୀ, ଦର୍ଶନୀ ଶଵର ଓ ବାସନ୍ତି ପ୍ରମୁଖ ପରିଦର୍ଶିକାମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ