
ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ଶୁକ୍ରବାର ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଫୁଲବାଣୀ, ଭବାନୀପାଟଣା ଓ ସମ୍ବଲପୁରରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଝାରସୁଗୁଡ଼ା ଓ ହିରାକୁଦରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।
ଆଜି ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୦ରୁ ୫୦ ମିଟର ମଧ୍ୟରେ ରହିଛି । ସେହିପରି ଫୁଲବାଣୀ, ଭବାନୀପାଟଣା ଓ ସମ୍ବଲପୁରରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି ।
ଅନୁରୂପ ଭାବେ ଝାରସୁଗୁଡ଼ା ଓ ହିରାକୁଦରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ