ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଆଲୋଚନା ସଭାରେ ବାର୍ଦ୍ଧକ୍ୟ ଭତ୍ତା ୫ ହଜାରକୁ ବୃଦ୍ଧି କରିବାକୁ ଦାବି
ଗଞାମ, ୧୯ ଡିସେମ୍ବର (ହି.ସ.)- ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦିନ କୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ରାସନ ଚାଉଳ ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ତେଣୁ ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କ ଚଳଣୀ ବହୁ କଷ୍ଟକର ହୋଇ ପଡୁଛି।ସେମାନଙ୍କ ଦୈନନ୍ଦିନ ଜୀବନ ଯାପନ
ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ


ଗଞାମ, ୧୯ ଡିସେମ୍ବର (ହି.ସ.)- ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦିନ କୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ରାସନ ଚାଉଳ ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ତେଣୁ ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କ ଚଳଣୀ ବହୁ କଷ୍ଟକର ହୋଇ ପଡୁଛି।ସେମାନଙ୍କ ଦୈନନ୍ଦିନ ଜୀବନ ଯାପନ ନିମନ୍ତେ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ଆଲୋଚନା ସଭାରେ ଦାବି କରାଯାଇଛି। ଵ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭାରେ ଉପସଭାପତି ଡଃ. ପ୍ରାଣଚାନ୍ଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ସମ୍ପାଦକ ରଜନୀ କାନ୍ତ ମଣ୍ଡଳ ମଞ୍ଚାସିନ୍ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande