
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ସ୍ୱାଧୀନତା ସଂଗ୍ରାମୀଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମର ସଂଗ୍ରାମୀ ରାମ
ପ୍ରସାଦ ବିସ୍ମିଲ,
ଅଶଫାକ ଉଲ୍ଲା ଖାନ୍ ଏବଂ ଠାକୁର ରୋଶନ ସିଂଙ୍କ ବଳିଦାନ ଦିବସରେ ଗଭୀର
ଶ୍ରଦ୍ଧାଞ୍ଜଳି।
ଦେଶମାତୃକାର ସେବା ଓ
ମୁକ୍ତି ପାଇଁ ସେମାନଙ୍କର ଅଦମ୍ୟ ସାହସ ଏବଂ ସର୍ବୋଚ୍ଚ ତ୍ୟାଗର ଗାଥା ଆମ ସମସ୍ତଙ୍କ ପାଇଁ
ପ୍ରେରଣାର ଉତ୍ସ। ଏହି ମହାନ ବୀର ସନ୍ତାନମାନଙ୍କ ଅମର ବଳିଦାନ ଦେଶବାସୀଙ୍କ ହୃଦୟରେ ସର୍ବଦା
ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା