
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ପବିତ୍ର ବକୁଳ
ଅମାବାସ୍ୟାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ବକୁଳ ଅମାବାସ୍ୟା ଅବସରରେ ସମସ୍ତଙ୍କୁ ମୋର
ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି ବନ୍ଦନା ହେଉଛି ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ
ପରିଚୟ। ଉଚ୍ଚ ମୂଲ୍ୟବୋଧଭିତ୍ତିକ ଆମର ଏହି ସାଂସ୍କୃତିକ ଐତିହ୍ୟ ଓ ସମୃଦ୍ଧ ପରମ୍ପରା ପାଇଁ ଆମେ
ଗର୍ବିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ବକୁଳର ସୁବାସ ପରି
ଆନନ୍ଦମୟ ଓ ମହକିତ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା