ସହିଦଙ୍କୁ ବଳିଦାନ ଦିବସରେ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)-ସହିଦଙ୍କୁ ବଳିଦାନ ଦିବସରେ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅମର କ୍ରାନ୍ତିକାରୀ ପଣ୍ଡିତ ରାମ ପ୍ରସାଦ ବିସ୍ମିଲ ଜୀ, ଅସଫାକ୍ ଉଲ୍ଲା ଖାଁ ଜ
ସହିଦ


ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)-ସହିଦଙ୍କୁ ବଳିଦାନ ଦିବସରେ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅମର କ୍ରାନ୍ତିକାରୀ

ପଣ୍ଡିତ ରାମ ପ୍ରସାଦ ବିସ୍ମିଲ ଜୀ, ଅସଫାକ୍

ଉଲ୍ଲା ଖାଁ ଜୀ ଏବଂ ଠାକୁର ରୋଶନ ସିଂହ ଜୀଙ୍କ ବଳିଦାନ ଦିବସରେ ମୁଁ ତାଙ୍କୁ ଶ୍ରଦ୍ଧାସହିତ ନମନ

କରୁଛି।

‘କାକୋରୀ ଟ୍ରେନ୍ ଆକ୍ସନ୍’ ମାଧ୍ୟମରେ

ଏହି ବୀରମାନେ ଇଂରେଜ ଶାସନର ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥାକୁ ଚ୍ୟାଲେଂଜ ଦେଇ ସ୍ୱାଧୀନତା

ସଂଗ୍ରାମକୁ ଏକ ନୂତନ ଦିଗ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିବା

ଏହି ମହାନ କ୍ରାନ୍ତିକାରୀମାନଙ୍କ ସାହସ, ସଙ୍କଳ୍ପ ଏବଂ ବଳିଦାନ ଭାରତର ଆତ୍ମାରେ ସର୍ବଦା ଜୀବନ୍ତ ରହିବ ଏବଂ

ପ୍ରତ୍ୟେକ ପିଢ଼ିକୁ ଦେଶଭକ୍ତି ଓ କର୍ତ୍ତବ୍ୟପଥରେ ଅଗ୍ରସର କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande