
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଖରିଫ ଧାନ
କିଣାରେ ଅବ୍ୟବସ୍ଥା ଅଭିଯୋଗରେ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଚାଲିବ
ବନ୍ଦ ପାଳନ । ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଚାଷୀ ସାମିଲ ହୋଇଛନ୍ତି । ତେବେ ବନ୍ଦରୁ ବାଦ୍
ପଡ଼ିବ ଜାତୀୟ ରାଜପଥ ଓ ରେଳ ରୋକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା