
Bhubaneswar, 23 ଡିସେମ୍ବର (ହି.ସ.)
ଉତ୍ତରାଖଣ୍ଡ ର ଆଇ. ଜି. ଆଇ ଇଣ୍ଡୋର ଷ୍ଟାଡିୟମ ହଲଦ୍ଵାନୀ ଠାରେ ଅନୁଷ୍ଟିତ ହେଉଥିବା ଜାତୀୟ ସବ ଜୁନିଅର ଓ ଜୁନିଅର ଜୁ-ଜିତଷୁ ପ୍ରତିଯୋଗିତାରେ ଓଡିଶାର ପ୍ରତିଯୋଗୀମାନେ ୧ ଟି ସ୍ଵର୍ଣ , ୧ ଟି ରୋପ୍ୟ ଓ ୪ ଟି କାଂସ୍ୟ ପଦକ ସହ ମୋଟ ୬ ଟି ପଦକ ହାସଲ କରିଛନ୍ତି । ପଲକ ପ୍ରିୟଦର୍ଶିନୀ ମହାନ୍ତି ଜୁନିଅର ମହିଳା ୫୭ କିଲୋ ବର୍ଗ ର ନେ-ୱାଜା ରେ ରୋପ୍ୟ ପଦକ ଓ ଫାଇଟିଙ୍ଗ ସିଷ୍ଟମ ରେ କାଂସ୍ୟ ପଦକ ହାସଲ କରି ଥିବା ସ୍ଥଳେ ଶ୍ରେୟାନସି ତ୍ରିପାଠୀ ଙ୍କୁ ସବ ଜୁନିଅର ମହିଳା ୪୦ କିଲୋ ରୁ ଅଧିକ ନେ-ୱାଜା ବିଭାଗରେ ସ୍ଵର୍ଣ ପଦକ ଓ ଫାଇଟିଙ୍ଗ ସିଷ୍ଟମ ରେ କାଂସ୍ୟ ପଦକ ମିଳିଛି । ସାନଭି ସାହୁ ସବ ଜୁନିଅର ମହିଳା ୨୫ କିଲୋ ରୁ କମ ନେ- ୱାଜା ବିଭାଗରେ କାଂସ୍ୟ ପଦକ ଓ କୋନା ମହେଶ ରେଡି ସବ ଜୁନିଅର ପୁରୁଷ ୫୬ କିଲୋ ରୁ କମ ଫାଇଟିଙ୍ଗ ସିଷ୍ଟମ ରେ କାଂସ୍ୟ ପଦକ ହାସଲ କରିଛନ୍ତି । ଟିମ କୋଚ ସ୍ଵରାଜ ଯାନୀ ଙ୍କ ନେତୃତ୍ବରେ ଯାଇଥିବା ଓଡିଶା ଦଳ ର କୃତି ପ୍ରତିଯୋଗୀ ମାନଙ୍କୁ ଓଡିଶା ଜୁ ଜିତଷୁ ସଂଘ ର ସମ୍ପାଦକ ଡ . ହରି ପ୍ରସାଦ ପଟ୍ଟନାୟକ ଓ ସଭାପତି ଇ॰ ଚିତ୍ତ ରଞ୍ଜନ ସ୍ଵାଇଁ ଓ ସଂଘର ଅନ୍ଯାନ୍ଯ କର୍ମକର୍ତ୍ତା ଓ ଖେଳାଳି ମାନେ ଅଭିନନ୍ଦନ ଜ୍ଞାଂପନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା