

ସମ୍ବଲପୁର, ୨୦, ଡିସେମ୍ବର (ହି.ସ.) - ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗତ ଡିସେମ୍ବର ୧୭ ତାରିଖରୁ ଆୟୋଜିତ ହେଉଛି ପୂର୍ବାଂଚଳ ଜୋନ ଅନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ବ୍ୟାଡ଼ମିଂଟନ ପ୍ରତିଯୋଗିତା ଯୋଗ୍ୟତା । ବୁର୍ଲା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହେଉଥିବା ଏହି ବ୍ୟାଡ଼ମିଂଟନ ପ୍ରତିଯୋଗିତା ରେ ପୁରୁଷ ବର୍ଗରେ ଚାରୋଟି ଶ୍ରେଷ୍ଠ ଦଳ ର ମନୋନୟନ ହୋଇଯାଇଛନ୍ତି କ୍ଷ ଯେଉଁ ମାନେ ଆନ୍ଧ୍ର ପ୍ରଦେଶ ର କୋଡ଼ନୁରୁ କକ୍ଷ୍ମୀମହିୟା ଏଜୁକେସନ ଫାଉଣ୍ଡେସନ ବିଶ୍ୱବିଦ୍ୟାଳୟ ରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମିଂଟନ ପ୍ରତିଯୋଗିତା ରେ ଭାଗ ନେବେ । ପୂର୍ବ ଜୋନ୍ ରୁ ମୋଟ ୫୫ ଟି ବିଶ୍ୱବିଦ୍ୟାଳୟ ଦଳ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ତୀବ୍ର ପ୍ରତିଯୋଗିତା ପରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଆଡାମାସ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ଡିଡିୟୁ ବିଶ୍ୱବିଦ୍ୟାଳୟ, ଗୋଖୋପୁର ବିଶ୍ୱବିଦ୍ୟାଳୟ ଆସନ୍ତା ଜାନୁଆରୀ'୧୫ ରୁ ୨୦ ତାରିଖ ଯାଏ କେ.ଏଲ.ଇ.ପି., ଆନ୍ଧ୍ର ପ୍ରଦେଶ ଠାରେ ହେବାକୁ ଥିବା ପ୍ରତିଯୋଗିତା ରେ ଭାଗ ନେବେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ (ପୁରୁଷ) ପକ୍ଷରୁ ଯେଉଁମାନେପ୍ରତିନିଧିତ୍ୱ କରୁଛନ୍ତି, ସେମାନେ ହେଲେ, ଉମର ଅବଦୁଲ୍ଲା - ସରକାରୀ ସ୍ୱୟଂଶାସିତ କଲେଜ, ରାଉରକେଲା, ଭବନ କୁମାର ସିଂ - ଇରପାଟ ସ୍ୱୟଂଶାସିତ କଲେଜ, ରାଉରକେଲା, ଅଭୟ କୁମାର ମୋହରାନା - ଇସ୍କାଟ ସ୍ୱୟଂଶାସିତ କଲେଜ, ରାଉରକେଲା, ଶ୍ରେୟାନ୍ ପ୍ୟାରିଡା - କଲ୍ୟାଣୀ ରାଇ କଲେଜ, ରାଉରକେଲା, ଲକ୍ଷ୍ମଣ ପ୍ରେମ କୃଷ୍ଣ - ଜିସିପିଇ, କୁଲୁଣ୍ଡି, ରାକେଶ ରଂଜନ ଗୈଡ - ଜିସିପିଏ, କୁଲୁଣ୍ଡି, ତପୁନ୍ ସାହୋ - ସୁଇଟ ସମ୍ବଲପୁର । ଆଜି ମହିଳା ବର୍ଗ ର ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମିଂଟନ ପ୍ରତିଯୋଗିତା ମଧ୍ୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ପୂର୍ବ ଜୋନ୍ ଆନ୍ତଃବିଶ୍ୱବିଦ୍ୟାଳୟ ବ୍ୟାଡମିଂଟନ୍ (ମହିଳା) ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଯେଉଁଠାରେ ପୂର୍ବ ଭାରତରେ ୪୦ ଟି ବିଶ୍ୱବିଦ୍ୟାଳୟ ଦଳ ଅଂଶଗ୍ରହଣ କରିଛନ୍ତି ।
ଆଜିର ମହିଳା ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ର ଉଦ୍ଘାଟନୀ ଉତ୍ସବରେ କାର?୍ୟ୍ୟନିର୍ବାହୀ କୁଳପତି ପ୍ରଫେସର ସଂଯୁକ୍ତା ଦାସ, ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ତୁଷାର କାନ୍ତି ଦାସ, ସ୍ପୋର୍ଟ୍ସ କାଉନସିଲ ର ସଚିବ ପ୍ରଫେସର ଦେବେନ୍ଦ୍ର ମହାଳିକ, ମ୍ୟାଚ ରେଫରୀ ସୁଧୀର ମିଶ୍ର, କ୍ରୀଡା ଅଧିକାରୀ ଡ଼. ଅବିନାଶ କର ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାଚ ପରିଚାଳନା କରିଥିଲେ ଓଡିଶା ବ୍ୟାଡ଼ମିଂଟନ ସଂଘ ର ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଅନିଶ ହାଁସଦା, ବାବୁଲୁ ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ଅଂଶୁମାନ ପାତ୍ର, ବିଶ୍ୱମୋହନ ଅଚାରୀ, ହେମାନନ୍ଦ ଥପା, ବିକ୍ରମ ପଣ୍ଡା ଓ ଦେବେନ୍ଦ୍ର ଦାଣ୍ଡିଆ । ଡ଼. ଅବିନାଶ କର, କ୍ରୀଡା ଅଧିକାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ