

ସୁବର୍ଣ୍ଣପୁର, 19 ଡିସେମ୍ବର (ହି.ସ.) ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ହୋଇଥିବା U-15 ସିଏମ ଟ୍ରଫିରେ ସୁବର୍ଣ୍ଣପୁର ଫୁଟବଲ ଦଳର ୧୨ ଜଣ ଫୁଟବଲ ଖେଳାଳୀ ଉଚ୍ଚକୋଟର ଖେଳ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଫୂଟବଲ ସ୍ପୋର୍ଟ୍ସ ହଷ୍ଟେଲ ଚୟନ ଶିବିର ପାଇଁ ଯାତ୍ରା କରିଛନ୍ତି l ଜିଲ୍ଲା କ୍ରୀଡା ସଂଘ , ରାମ ଧୂନ୍ କ୍ଲବ ଓ ବିଭିନ୍ନ କ୍ରୀଡ଼ା ସଂଗଠନ ପକ୍ଷରୁ ଏହି ଖେଳାଳି ମାନଂକୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ