ଲୋକ ସାହିତ୍ୟ ଲୋକ କଳାର ଆଦି ପୀଠ ଗଞ୍ଜାମ
ଗଂଜାମ, 26 ଡିସେମ୍ବର (ହି.ସ.) ଆମ ରାଜ୍ୟର ଜାତୀୟ ସ୍ମାରକୀ ତଥା ବିଶିଷ୍ଟ ଐତିହାସିକ ପୀଠ ରୂପେ ପରିଚିତ ଉତ୍କଳ ଆଶ୍ରମ ପରିସରସ୍ଥ ଭାଷା ଭବନ କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ତ୍ରୟୋବିଂଶ ତମ ଏବଂ ଗଞ୍ଜାମ ଜିଲ୍ଲା ଲେଖିକା ସାମ୍ମୁଖ୍ୟ ସପ୍ତଦଶ ତମ ସ୍ଵନକ୍ଷତ୍ର ଉତ୍ସବ ସାରସ୍ଵତ ସମାରୋହ ମି
ଲୋକ କଳା ଓ ଲୋକ ସାହିତ୍ୟରେ


ଗଂଜାମ, 26 ଡିସେମ୍ବର (ହି.ସ.)

ଆମ ରାଜ୍ୟର ଜାତୀୟ ସ୍ମାରକୀ ତଥା ବିଶିଷ୍ଟ ଐତିହାସିକ ପୀଠ ରୂପେ ପରିଚିତ ଉତ୍କଳ ଆଶ୍ରମ ପରିସରସ୍ଥ ଭାଷା ଭବନ କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ତ୍ରୟୋବିଂଶ ତମ ଏବଂ ଗଞ୍ଜାମ ଜିଲ୍ଲା ଲେଖିକା ସାମ୍ମୁଖ୍ୟ ସପ୍ତଦଶ ତମ ସ୍ଵନକ୍ଷତ୍ର ଉତ୍ସବ ସାରସ୍ଵତ ସମାରୋହ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନ କବିତା ପାଠୋତ୍ସବରେ ଲେଖକ ସାମ୍ମୁଖ୍ୟ ଉପସଭାପତି

ଡ଼ ବିଜୟ ଚନ୍ଦ୍ର ମହାରଣା ସଭାପତିତ୍ବ କରିଥିଲା ବେଳେ ଅତିଥି ଭାବରେ ବିଶିଷ୍ଟ କବି ବିରୁପାକ୍ଷ ଦାଶ, ଲେଖିକା ସାମ୍ମୁଖ୍ୟ ଉପସଭାପତି ଶ୍ରୀମତି ଉମାରାଣୀ ପଣ୍ଡା, ପ୍ରମିଳା ମହଲା, ସଂଯୋଜିକା ଜ୍ୟେତ୍ସ୍ନାମୟୀ ପ୍ରଧାନ, ପ୍ରେମଶିଳା ଶିଳା ନନ୍ଦ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ଅଧିବେଶନ ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଏବଂ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସାରସ୍ବତ ସମାରୋହରେ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଲୋକ ସାହିତ୍ୟ ର ବିଶିଷ୍ଟ ଗବେଷକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟ ବକ୍ତା ରୂପେ ଓଡ଼ିଆ ସାହିତ୍ୟ ର ଅନ୍ୟତମ ଗବେଷକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ହରି କୃଷ୍ଣ ନାୟକ,ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଅନୁବାଦିକା ଡ଼ ସୂଚନା ପାଢୀ, ସମ୍ମାନିତ ବକ୍ତା ଭାବରେ ମହାମାୟୀ ମହିଳା ମହାବିଦ୍ୟାଳୟ ର ଗୃହ ବିଜ୍ଞାନ ମୁଖ୍ୟ କବୟିତ୍ରୀ ଡ଼ ଜୟନ୍ତୀ ରାଣୀ ପଣ୍ଡା, ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଆରତୀ ଶତପଥୀ ଏବଂ ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ଅଂଶଗ୍ରହଣ କରି ସମାରୋହ କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande