
ବାରିପଦା, ୨୬ ଡିସେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡକୁ ବୁଲିବାକୁ ଆସିଥିବା ବେଳେ ଆଜି ପୂର୍ବାହ୍ନରେ ସୀତାକୁଣ୍ଡରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଦୁଇ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଦୁଇ ଜଣ ଯୁବକ ବୋଲି ଜଣାପଡିଛି । ତେବେ ସେମାନଙ୍କର ପରିଚୟ ଅଦ୍ୟାବଧି ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ