ଭିସୁଟ, ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ବିଜ୍ଞାନ ଓ ଜ୍ଞାନକୌଶଳର ବିନିଯୋଗ ମାନବ କଲ୍ୟାଣ ପାଇଁ ହେବା ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା/ସମ୍ବଲପୁର, ୨୬ ଡିସେମ୍ବର (ହି.ସ.) - ବୁର୍ଲାର ବିଶେଷତ୍ୱ ହେଉଛି ଏହାର ଉଦ୍ୟୋଗୀ ମାନସିକତା । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର ପୂର୍ବତ
ଭିସୁଟ, ବୁର୍ଲାର     ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ


ବିଜ୍ଞାନ ଓ ଜ୍ଞାନକୌଶଳର ବିନିଯୋଗ ମାନବ କଲ୍ୟାଣ ପାଇଁ ହେବା ଆବଶ୍ୟକ - ଧର୍ମେନ୍ଦ୍ର

ପ୍ରଧାନ

ବୁର୍ଲା/ସମ୍ବଲପୁର, ୨୬ ଡିସେମ୍ବର

(ହି.ସ.) - ବୁର୍ଲାର ବିଶେଷତ୍ୱ ହେଉଛି ଏହାର

ଉଦ୍ୟୋଗୀ ମାନସିକତା । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର ପୂର୍ବତନ

ଛାତ୍ରଛାତ୍ରୀମାନେ 'ସମ୍ବଲପୁରୀ

ହବ୍' ଭଳି

ଷ୍ଟାର୍ଟଅପ୍ କରି ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି । ମନେରଖିବାକୁ ହେବ ଯେ, ବିଜ୍ଞାନ ଓ

ଜ୍ଞାନକୌଶଳର ମୂଳ ଉଦ୍ଦେଶ୍ୟ କେବଳ ଭୌତିକ ଉପଲବ୍ଧି ନୁହେଁ, ବରଂ ମାନବ କଲ୍ୟାଣ ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ଭିସୁଟର ୧୭ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ବିଗତ ବର୍ଷର ଗୌରବମୟ ଯାତ୍ରା ମଧ୍ୟରେ ଏହି

ବିଶ୍ୱବିଦ୍ୟାଳୟ ଅଗଣିତ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଗଠନ କରିଛି, ଯେଉଁମାନେ ଆଜି

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ମାତୃଭୂମି ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଜିର

ଶୁଭ ଅବସରରେ ଡିଗ୍ରୀ, ଉପାଧି ଓ

ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ

ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିକୁ ମନପ୍ରାଣ ଦେଇ

କାର୍ଯ୍ୟକାରୀ କରିବାରେ ଭିସୁଟ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଉଭା ହୋଇଛି । ଆଜିର

ଅବସରରେ ଭିସୁଟ୍ ପକ୍ଷରୁ ଓଡ଼ିଆ ଭାଷାରେ ‘ପ୍ରୟୋଗଶାଳା

ନିର୍ଦ୍ଦେଶିକା’ ସମେତ

ତିନୋଟି ହ୍ୟାଣ୍ଡବୁକ୍ ଉନ୍ମୋଚନ ଏହାର ଜ୍ୱଳନ୍ତ ପ୍ରତିଫଳନ ।

ଆଇଆଇଟି ମାଡ୍ରାସର ପ୍ରଫେସରଙ୍କ ସହଯୋଗରେ 'ଏଆଇ

ଟୁଲ୍' ମାଧ୍ୟମରେ

ମାତୃଭାଷାରେ ବୈଷୟିକ ଶିକ୍ଷାଦାନ ସମ୍ଭବ ହୋଇପାରିଛି । ଆଜିର ଯୁଗରେ ଟେକ୍ନୋଲୋଜି ବା ବୈଷୟିକ

ଜ୍ଞାନକୌଶଳର ଆବଶ୍ୟକତା କଣ?

ମଣିଷ ଜୀବନକୁ ସରଳ କରିବା ପାଇଁ ନୂତନତା ବା 'ନବାଚାର'ର ଆବଶ୍ୟକତା ରହିଛି

। ସମ୍ବଲପୁରର ଇତିହାସ ଅତି ପ୍ରାଚୀନ ;

ଭୀମମଣ୍ଡଳୀରେ ପ୍ରାୟ ୧୦ ହଜାର ବର୍ଷ ତଳେ ଏଠାକାର 'ରକ୍ ଆର୍ଟ'

ବା ଶୈଳଚିତ୍ର ପ୍ରମାଣ ଦିଏ ଯେ ସେତେବେଳେ ମଧ୍ୟ ମଣିଷ କୌଣସି ନା କୌଣସି 'ଟୁଲ୍' ବ୍ୟବହାର କରି

ନିଜର ଅଭିବ୍ୟକ୍ତିକୁ ପ୍ରକାଶ କରୁଥିଲା । ସେହି ଐତିହ୍ୟକୁ ଆଧାର କରି ଆଜିର ଆଧୁନିକତା ଶିଖର

ଛୁଇଁବା ଦରକାର ।

'ସମ୍ବେଦନଶୀଳତା' ହିଁ ଭିସୁଟ୍‌ର

ମୂଳ ଚରିତ୍ର ଏବଂ ଓଡ଼ିଶାକୁ ବିକଶିତ କରିବାର ଚାବିକାଠି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ

ପାଖରେ ଅଛି । ଆଜିର ଟେକ୍ନୋଲୋଜି ଯୁଗରେ ଆମେ ସମ୍ବଲପୁର ଠାରେ ଏକ 'କ୍ୱାଣ୍ଟମ ସେଣ୍ଟର'ର ପରିକଳ୍ପନା

କରିଛୁ । ଭିସୁଟ୍ ହିଁ ଓଡ଼ିଶାର ନବନିର୍ମାଣର ପ୍ରକୃତ ମଞ୍ଜି । ଯଦି ଭିସୁଟ୍ ନିଜର ଦାୟିତ୍ୱ

ସଠିକ୍ ଭାବେ ନିର୍ବାହ କରିବ,

ତେବେ ଏହି ଅନୁଷ୍ଠାନ ବିଶ୍ୱର ଅନେକ ଜଟିଳ ସମସ୍ୟାର ସମାଧାନ କେନ୍ଦ୍ର ପାଲଟିବ, ଏଥିରେ କୌଣସି

ସନ୍ଦେହ ନାହିଁ ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଏହି ଶିକ୍ଷାନୁଷ୍ଠାନ ପରିସରରେ

ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଶା ଶିଳ୍ପ,

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ,

ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ

ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande