ସ୍କୁଲ୍‌ ପିଲାଙ୍କ ପାଇଁ ରାଜ୍ୟରେ ମାଗଣା ବସ୍‌ ସେବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର, , ୨୬ ଡିସେମ୍ବର (ହି.ସ.) ରାଜ୍ୟର ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ କରିବା କୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଥିବାବେଳେ, ଏହି ମାଗଣା ବସ୍‌ ସେବା ‘ମୁଖ୍ୟମନ୍ତ୍ରୀ ବସ୍‌ ସ
ସ୍କୁଲ୍‌ ପିଲାଙ୍କ ପାଇଁ ରାଜ୍ୟରେ  ମାଗଣା ବସ୍‌ ସେବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ


ଭୁବନେଶ୍ୱର, , ୨୬ ଡିସେମ୍ବର (ହି.ସ.) ରାଜ୍ୟର ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ କରିବା କୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଥିବାବେଳେ, ଏହି ମାଗଣା ବସ୍‌ ସେବା ‘ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନା’ ଅଧୀନରେ କାର୍ଯ୍ୟକାରୀ ହେବ।

ପରିବହନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ସ୍କୁଲ୍‌ ଡ୍ରପ୍‌ଆଉଟ୍‌ ହାର କମାଇବା ଓ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଶିକ୍ଷାଗ୍ରହଣ ପାଇଁ ଉତ୍ସାହିତ କରିବା।

ମାଗଣା ବସ୍‌ ସେବା ଉଭୟ ଏସି ଓ ନନ୍‌ ଏସି ବସ୍‌ରେ ଲାଗୁ ହେବ। ବସ୍‌ ଯାତ୍ରା ସମୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ୍‌ ୟୁନିଫର୍ମ ପିନ୍ଧିବା ସହ ଆଇଡେଣ୍ଟିଟି କାର୍ଡ (ଆଇକାର୍ଡ) ସାଙ୍ଗରେ ରଖିବା ଅନିବାର୍ୟ ହେବ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ବର୍ତ୍ତମାନର ବସ୍‌ ରୁଟ୍‌ ଓ ଟାଇମିଂରେ ଆବଶ୍ୟକ ସଂଶୋଧନ କରାଯିବ। ସଂଶୋଧିତ ରୁଟ୍‌ରେ ସର୍ବାଧିକ ସ୍କୁଲ୍‌ ଥିବା ରାସ୍ତାଗୁଡ଼ିକୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande