ବ୍ରହ୍ମପୁର ଶରଧାବାଲିରେ ୱେଲ ଫର ଆସୋସିଏସନର ବାର୍ଷିକ ସାଧାରଣ ସଭା
ଗଞାମ, ୨୬ ଡିସେମ୍ବର (ହି.ସ.)- ବ୍ରହ୍ମପୁର ଶରଧାବାଲିରେ ୱେଲ ଫର ଆସୋସିଏସନ ତରଫରୁ ବାର୍ଷିକ ସାଧାରଣ ସଭା କେ. ଶିବପ୍ରସାଦ ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ନାୟକ ସ୍ୱାଗତ ଭାଷଣ ସହ ବିବରାଣୀ ପଠନ କରିଥିଲେ।କୋଷାଧ୍ୟକ୍ଷ ନୀଳମଣି ମହାପାତ୍ର ବା
ବ୍ରହ୍ମପୁର ଶରଧାବାଲି ରେ ସାଧାରଣ ସଭା ଅନୁଷ୍ଠିତ


ଗଞାମ, ୨୬ ଡିସେମ୍ବର (ହି.ସ.)- ବ୍ରହ୍ମପୁର ଶରଧାବାଲିରେ ୱେଲ ଫର ଆସୋସିଏସନ ତରଫରୁ ବାର୍ଷିକ ସାଧାରଣ ସଭା କେ. ଶିବପ୍ରସାଦ ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ନାୟକ ସ୍ୱାଗତ ଭାଷଣ ସହ ବିବରାଣୀ ପଠନ କରିଥିଲେ।କୋଷାଧ୍ୟକ୍ଷ ନୀଳମଣି ମହାପାତ୍ର ବାର୍ଷିକ ଆଦାୟ ଖର୍ଚ୍ଚ ବିଷୟ ଉପସ୍ଥାପନ କରିଥିଲେ। ଯୁଗ୍ମ ସମ୍ପାଦକ ମହେଶ୍ୱର ଗୌଡ଼ ଏବଂ ମନୋରଞ୍ଜନ ପଟନାୟକଙ୍କୁ ସମୀକ୍ଷକ ନିଯୁକ୍ତି ସର୍ବସମତି କ୍ରମେ ମନୋନୀତ କରାଯାଇଛି। ଉକ୍ତ ସଭାରେ ବିଶେଷ କରି ବରିଷ୍ଠ ନାଗରିକ ପାଇଁ ଉଦ୍ଦିଷ୍ଟ ଜାଗାରେ ଗୃହ କରିବାରେ ମୁନିସିପାଲିଟି କତୃପକ୍ଷ ଢେର ବିଳମ୍ବ ଏବଂ ଶରଧା ବାଲି. ପ୍ରବେଶ ଦ୍ଵାରକୁ ଯିବା ବ୍ରିଜର କିଛି ଅଂଶ ସଙ୍କଟାପନ୍ନ ଅବସ୍ଥାରେ ଥିବା ବିଷୟ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଉକ୍ତ ସଭାରେ ଆସୋସିଏସନର ପ୍ରାୟ ସମସ୍ତ ସଭ୍ୟ ସର୍ବଶ୍ରୀ ଅବସରପ୍ରାପ୍ତ ପ୍ରଫେସର ରୁଦ୍ର ପ୍ରଶନ୍ନ ମହାପାତ୍ର, ପ୍ରଫୁଲ ଚନ୍ଦ୍ର ପଣ୍ଡା, ପିତବାସ ପଣ୍ଡା, ଗୌରହରି ପଣ୍ଡା, ପ୍ରକାଶ ରାଓ, ଶିବରାମ ପାଣିଗ୍ରାହୀ, ବଳରାମ ପାତ୍ର, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିପ୍ରଚାରଣ ପଟନାୟକ, ସୁରେନ୍ଦ୍ର ସାମଲଙ୍କ ସହ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande