ଫୁଲବାଣୀରେ ଆଣ୍ଟି–ନକ୍ସଲ ଅପରେସନର ସମୀକ୍ଷା କଲେ ଏଡିଜି ସଞ୍ଜୀବ ପଣ୍ଡା
କନ୍ଧମାଳ ଏନ୍‌କାଉଣ୍ଟରକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଲେ ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) କନ୍ଧମାଳ ଜିଲ୍ଲାରେ ଚାଲିଥିବା ନକ୍ସଲବାଦୀ ବିରୋଧୀ ଅପରେସନ ସମ୍ପର୍କରେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ଫୁଲବାଣୀରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ସେ ସାମ
ଫୁଲବାଣୀରେ ଆଣ୍ଟି–ନକ୍ସଲ ଅପରେସନର ସମୀକ୍ଷା କଲେ ଏଡିଜି ସଞ୍ଜୀବ ପଣ୍ଡା


କନ୍ଧମାଳ ଏନ୍‌କାଉଣ୍ଟରକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଲେ

ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) କନ୍ଧମାଳ ଜିଲ୍ଲାରେ ଚାଲିଥିବା ନକ୍ସଲବାଦୀ ବିରୋଧୀ ଅପରେସନ ସମ୍ପର୍କରେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ଫୁଲବାଣୀରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତାରେ କନ୍ଧମାଳ ଏନ୍‌କାଉଣ୍ଟରରେ ସାମିଲ୍‌ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି।

ଏଡିଜି ପଣ୍ଡା କହିଛନ୍ତି ଯେ, ଏହି ଅପରେସନ ଏବେବି ଜାରି ରହିଛି ଏବଂ ଅଧିକ ସୁରକ୍ଷା ଦଳକୁ ଏହାରେ ସାମିଲ୍‌ କରାଯାଇଛି। ଅପରେସନ ସମୟରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ, ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏନ୍‌କାଉଣ୍ଟରରେ ନିହତ ମାଓନେତା ଗଣେଶ ଉଇକେ ପ୍ରାୟ ୩୯ ବର୍ଷ ଧରି ମାଓ ସଂଗଠନ ସହ ଜଡିତ ଥିଲା। ଗଣେଶ ବିଭିନ୍ନ ରାଜ୍ୟରେ ଘଟିଥିବା ଅନେକ ହିଂସାକାଣ୍ଡରେ ସକ୍ରିୟ ଭୂମିକା ନେଇଥିବା ସହ ଓଡ଼ିଶାରେ ନକ୍ସଲ ଗତିବିଧିର ନେତୃତ୍ୱ ନେଉଥିଲା। ସେ ମାଓ ସଂଗଠନର ଜଣେ ମୁରବି ନେତା ଥିବାରୁ ତାଙ୍କ ମୃତ୍ୟୁ ସଂଗଠନ ପାଇଁ ଏକ ବଡ଼ ଝଟ୍କା ବୋଲି ଏଡିଜି କହିଛନ୍ତି।

ଏଡିଜି ସଞ୍ଜୀବ ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି ଯେ ଗଣେଶର ମୃତ୍ୟୁ ପରେ ମାଓ ସଂଗଠନର ଅଧିକାଂଶ ସଦସ୍ୟ ଦଳ ଛାଡ଼ିବେ କିମ୍ବା ଆତ୍ମସମର୍ପଣ କରିବେ। ସେ ନକ୍ସଲମାନଙ୍କୁ ହିଂସାର ପଥ ଛାଡ଼ି ସରକାରଙ୍କ ପୁନର୍ବାସ ନୀତିର ଲାଭ ଉଠାଇ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଜଣାଇଛନ୍ତି।

ପ୍ରେସମିଟ୍‌ରେ ଏଡିଜି ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାକୁ ମାଓମୁକ୍ତ କରିବା ପାଇଁ ସୁରକ୍ଷାବାହିନୀଙ୍କୁ ସ୍ପଷ୍ଟ ଟାର୍ଗେଟ୍‌ ଦିଆଯାଇଛି। ମାର୍ଚ୍ଚ ମାସ ସୁଦ୍ଧା ଓଡ଼ିଶା ନିଶ୍ଚୟ ମାଓମୁକ୍ତ ହେବ, ବୋଲି ଏଡିଜି ସଞ୍ଜୀବ ପଣ୍ଡା ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande