

ମାଲକାନଗିରି, ୨୬ ଡିସେମ୍ବର (ହି.ସ.)
ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା 4 ଜଣ ଡ଼ିଏସ ପି 7 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ତଲାସ କରାଯାଉଛି।
କନିଷ୍ଠ ଯନ୍ତ୍ରୀ ଙ୍କ ମାଲକାନଗିରି ଟାଉନ ଜୟ ନଗର ସ୍ଥିତ ତିନି ମହଲା ଆବାସିକ କୋଠା। କାଲିମେଳା ବ୍ଳକ ଏମପିଭି-10, ଠାରେ ଥିବା ଘର!
ନବରଙ୍ଗପୁର ଜିଲ୍ଲା ରାଇଘରରେ ତାଙ୍କ ସମ୍ପର୍କୀୟଙ୍କ ଘର
ଓ ମାଲକାନଗିରିର ବିଡିଓଙ୍କ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟାଳୟ ଚାମ୍ବର।ଖୋଜା ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ