
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଅମର ସହିଦ
ସର୍ଦ୍ଦାର ଉଦ୍ଧାମ୍ ସିଂଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ କ୍ରାନ୍ତିକାରୀ, ଅମର ସହିଦ ସର୍ଦ୍ଦାର ଉଦ୍ଧାମ୍ ସିଂଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ
ପ୍ରଣାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଜାଲିଆନୱାଲା ବାଗ୍ ନରସଂହାରର ପ୍ରତିଶୋଧ ନେଇ ସେ ଇତିହାସ ପୃଷ୍ଠାରେ ଭାରତର ସ୍ୱାଭିମାନର
ଏକ ଅଲିଭା ଛାପ ଛାଡିଛନ୍ତି।
ତାଙ୍କର ଦେଶଭକ୍ତି, ବୀରତା ଏବଂ ମାତୃଭୂମି ପାଇଁ ତ୍ୟାଗ ସମସ୍ତଙ୍କ ହୃଦୟରେ ସଦାସର୍ବଦା
ପ୍ରେରଣାର ଦୀପ ପ୍ରଜ୍ୱଳିତ କରି ରଖିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା