
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସମ୍ବଲପୁର ନୀଲଡୁଙ୍ଗୁରି ସ୍ଥିତ ଉଦ୍ୟାନ କୃଷି
ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ- ପୁଷ୍ପକୃଷି ମିଶନ ଅଧୀନରେ
ପୁଷ୍ପ ଅବଶେଷରୁ କଳାକୃତି, ଅଗରବତୀ
ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
। ଏହି ପ୍ରଶିକ୍ଷଣ ଶିବିର କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମର ମା’ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବାର ଏକ ସଶକ୍ତ ମାଧ୍ୟମ
ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ଆମର ମାତୃଶକ୍ତିଙ୍କୁ ‘ଲକ୍ଷପତି ଦିଦି’ ଭାବରେ ଦେଖିବାର କଳ୍ପନା କରିଛନ୍ତି । ଆଜିର
ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଉଦ୍ୟୋଗୀ ହେବେ ।
ସ୍ଥାନୀୟ ସମ୍ବଳର ସଦୁପଯୋଗ ହେବା ସହ ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ । ଏହି
ପ୍ରଶଂସନୀୟ ପ୍ରୟାସ ପାଇଁ ମୁଁ ସିଏସଆଇଆର-ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ,ଲକ୍ଷ୍ନୌ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା