ବୀର ବାଲ୍ ଦିବସରେ ବୀର ସହିଦଙ୍କୁ  ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) ବୀର ବାଲ୍ ଦିବସରେ ବୀର ସହିଦଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ଚେତନାରେ ସାହସ ଏବଂ ଧର୍ମର ଯେଉଁ ଅଲିଭା ଅଧ୍ୟାୟଗୁଡ଼ିକ ଅଙ୍କି
କେନ୍ଦ୍ରମନ୍ତ୍ରୀଙ୍କ ନମନ


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) ବୀର ବାଲ୍ ଦିବସରେ ବୀର ସହିଦଙ୍କୁ

ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ଚେତନାରେ

ସାହସ ଏବଂ ଧର୍ମର ଯେଉଁ ଅଲିଭା ଅଧ୍ୟାୟଗୁଡ଼ିକ ଅଙ୍କିତ ଅଛି, ସେଥିରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଛୋଟ ଗୁରୁପୁତ୍ର ବାବା ଜୋରାୱର

ସିଂହ ଏବଂ ବାବା ଫତେହ ସିଂହଙ୍କ ବଳିଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଅନ୍ୟାୟ ଓ

ଅତ୍ୟାଚାର ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ଅସ୍ୱୀକାର କରି, ସେମାନେ ନିଜ ଆସ୍ଥା, ସ୍ୱାଭିମାନ ଓ ଧର୍ମର ସୁରକ୍ଷା ପାଇଁ ପ୍ରାଣତ୍ୟାଗ କରିଥିଲେ। ଗୁରୁପୁତ୍ରମାନଙ୍କ

ଏହି ତ୍ୟାଗ ସମଗ୍ର ମାନବଜାତି ପାଇଁ ଏକ ପ୍ରେରଣାସ୍ରୋତ, ଯାହା ପ୍ରତ୍ୟେକ ଯୁବକୁ ଧର୍ମ, ସାହସ ଏବଂ ନୈତିକତାର ପଥରେ ଚାଲିବାର ବାର୍ତ୍ତା ଦେଇଥାଏ।

‘ବୀର ବାଲ ଦିବସ’ ଅବସରରେ

ଚାରିଜଣ ଗୁରୁପୁତ୍ର, ମାତା

ଗୁଜରୀ ଏବଂ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଅମର ବୀରତା ଓ ବଳିଦାନକୁ କୋଟି-କୋଟି ପ୍ରଣାମ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande