
କୋରେଇ, ୨୭ ଡିସେମ୍ବର (ହି.ସ.) - ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଂଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଛି । ଅବସରପ୍ରପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ରାୟ, ଅନ୍ନିରୁଦ୍ଧ ପହୀ କାର୍ଯ୍ୟରତ ଶିକ୍ଷକ ଅମୀୟ କୁମାର ଜେନା, କୁଳମଣି ବେହେରା, ବଳରାମ ସାହୁ, କରୁଣାକର ଗୁଇଁ, ରା;ଧଶ୍ୟାମ ଦେଓ , ସୌପ୍ରଜ୍ଞା ଜେନା ପ୍ରମୁଖଙ୍କୁ ଉତରୀୟ ଓ ଉପଢୌକନ ନେଇ ପୂଜାର୍ଚ୍ଚନା କରାଯାଇଥିଲା । ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ନିଜନିଜର କର୍ମକ୍ଷେତ୍ରରେ ଥିବା ବେଳେ ସେମାନଙ୍କ ଭୂମିକା ପରସ୍ପର ମଧ୍ୟରେ ପ୍ରଦାନ କରିବା ସହ ଅତୀତର ସ୍ମୃତି ସାଉଁଟିଥିଲେ । ପ୍ରଜ୍ଞା ପରାମିତା ରାୟ ଓ ସ୍ୱର୍ଣ୍ଣଲତା ପରିଡାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶେଷରେ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ