
କେନ୍ଦୁଝର, 27 ଡିସେମ୍ବର (ହି.ସ.)
କେନ୍ଦୁଝର ଷ୍ଟାଡିୟମଠାରେ ଆୟୋଜିତ ହେଉଥିବା ‘ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୫’ ର ଦ୍ୱିତୀୟ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁଖୱିନ୍ଦର ସିଂହ ଏବଂ ସ୍ଥାନୀୟ କଳାକାରଙ୍କ ସହ ଆସାମର ବିହୁ,କୋଲକାତା ପୁରୁଲିଆ ର ଛଉନୃତ୍ୟ ଓ ପ୍ରସିଦ୍ଧ ଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମତୁଆଲା ହୋଇ ଉଠିଥିଲେ । ଅପରାହ୍ନ ରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ମତୁଆଲା ହୋଇଥିଲେ । ଦ୍ୱିତୀୟ ଦିନ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପୌର ପରିଷଦ ଓ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମ୍ମାନନୀୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ।
କେନ୍ଦୁଝରର ସାଇ ତାରିଣୀ ଡ୍ୟାନ୍ସ ଗ୍ରୁପ,ଅନନ୍ତ ଗୋପାଳ କଲଚରାଲ କ୍ଲବ,ଏକ୍ସଟ୍ରିମ୍ ଡ୍ୟାନ୍ସ ସ୍କୁଲ,ସମ୍ରାଟ କ୍ଲବ,ଡ୍ୟାନ୍ସ ଜୋନ୍ କେନ୍ଦୁଝର,ଏମ୍ ଡ୍ୟାନ୍ସ ଏକାଡେମୀ,ଚକ୍ରଧର ପରିଡାଙ୍କ କଣ୍ଢେଇ ନୃତ୍ୟ,ଢ଼େଙ୍କାନାଳ ର ସାହିଯାତ ଘୋଡା ନାଚ ଗ୍ରୁପ,କଟକର ତ୍ରିବେଣୀ କଳା କେନ୍ଦ୍ର ର ଓଡିଶୀ ନୃତ୍ୟ,ଗୋଣ୍ଡୱାନା ଯୁଦ୍ଧକଳା ନୃତ୍ୟ,ସିଂହମ ଡ୍ୟାନ୍ସ ସ୍ଟୁଡ଼ିଓ କୋଲକାତାର ପୁରୁଲିଆ ଛଉ,ଆସାମର ବିହୁ ଲୋକ ନୃତ୍ୟ ଉପଭୋଗ୍ୟ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA