ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ୨୫ କୁଣ୍ଡିୟ ଯଜ୍ଞ ମହୋତ୍ସବ
ସୁବର୍ଣ୍ଣପୁର, ୨୭ ଡିସେମ୍ବର (ହି.ସ.)- ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ଅନୁଷ୍ଠିତ ୨୫ କୁଣ୍ଡୀୟ ଯଜ୍ଞ ମହୋତ୍ସବ ଓ ସାଧୁ ସନ୍ୟାସୀ ସମାବେଶ ଅବସରରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ବିଧାନ ସଭା ଚିଫ୍ ହିପ୍ ସରୋଜ କୁମାର ପ୍ରଧାନ ଯୋଗଦେଇ ଆମ ସୁରକ୍ଷା ପାଇଁ ହିନ୍ଦୁ ଧର୍ମ ସଂସ୍କୃତ
ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ୨୫ କୁଣ୍ଡିୟ ଯଜ୍ଞ ମହୋତ୍ସବ ଅନୁଷ୍ଟିତ*


ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ୨୫ କୁଣ୍ଡିୟ ଯଜ୍ଞ ମହୋତ୍ସବ ଅନୁଷ୍ଟିତ*


ସୁବର୍ଣ୍ଣପୁର, ୨୭ ଡିସେମ୍ବର (ହି.ସ.)- ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ଅନୁଷ୍ଠିତ ୨୫ କୁଣ୍ଡୀୟ ଯଜ୍ଞ ମହୋତ୍ସବ ଓ ସାଧୁ ସନ୍ୟାସୀ ସମାବେଶ ଅବସରରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ବିଧାନ ସଭା ଚିଫ୍ ହିପ୍ ସରୋଜ କୁମାର ପ୍ରଧାନ ଯୋଗଦେଇ ଆମ ସୁରକ୍ଷା ପାଇଁ ହିନ୍ଦୁ ଧର୍ମ ସଂସ୍କୃତିକୁ ବଞ୍ଚାଇବାକୁ ପଡ଼ିବ l ବିକଶିତ ଭାରତ ପାଇଁ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଆମ ଭିତରେ ଏକତା ଜରୁରୀ ହୋଇପଡ଼ିଛି ବୋଲି ବୋଲି ମତ ରଖି ଭାରତ ସରକାରଙ୍କ ୱାନ ନେସନ୍ ୱାନ ଏଜୁକେଶନ ପଲିସି ଉପରେ ଗୁରୁତ୍ବାରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୋନପୁର କଲେଜର ପ୍ରଫେସର ରାଧାକାନ୍ତ ନାଏକ ମୁଖ୍ୟବକ୍ତା ଭାବେ ଉଦ୍ୟାନ ବିଭାଗ ସହ ନିର୍ଦ୍ଦେଶକ ହୃଷିକେଶ ଦାସ, ବକ୍ତା ଲକ୍ଷ୍ଣଣ କୁମାର ଶାସ୍ତ୍ରୀ, (ପ୍ରବଚକ ) ସୁବର୍ଣ୍ଣଭାରତୀ ପରିବାର ପ୍ରମୁଖ ଶିବ ପ୍ରସାଦ ପାତ୍ର ପ୍ରମୁଖ ଯୋଗଦେଇ ଆମ ଧର୍ମ ସଂସ୍କୃତି ପରମ୍ପରା ଓ ଏକତା ଆମରି ଗୌରବ ଓ ଆମ ସୁରକ୍ଷା ବୋଲି ମତ ରଖିଥିଲେ। ସୁବର୍ଣ୍ଣ ଭାରତୀ ପରିବାରର ପ୍ରମୁଖ ଶିବ ପ୍ରସାଦ ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁନନ୍ଦା ସାହୁ ସଭା ସଂଯୋଜନା କରିଥିଲେ l ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ଯ୍ୟରତ୍ନ ସମ୍ମାନରେ ୩ ଜଣ, ଆର୍ଯ୍ୟ ଗୌରବ ସମ୍ମାନରେ ୨୭ ଜଣ, ଆର୍ଯ୍ୟ ଦମ୍ପତି ସମ୍ମାନରେ ଗୋଟାଏ ଦମ୍ପତି ଓ ମୂତ୍ୟାଲ୍ଲୁ ଆମ୍ମା ସ୍ମୃତି ସମ୍ମାନରେ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ମୁଖ୍ୟ ଅତିଥି ବିଧାନସଭା ଚିଫ ହ୍ୱିପ ସରୋଜ କୁମାର ପ୍ରଧାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଶହ ଶହ ସାଧୁ ସନ୍ୟାସୀ ସହରର ବୁଦ୍ଧିଜିବୀ, ମହିଳା, ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l ଭାରତ ବିକାଶ ପରିଷଦ ସଭାପତି ଦୂର୍ଯୋଧନ ସାହୁ, ନନ୍ଦିନୀ ଶତପଥୀ, କବିତା ପଧାନ, ସୁଭାଷିନୀ ଷଡ଼ଙ୍ଗୀ ପ୍ରମୁଖ ଉଭୟ ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande