ବାଇକ ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ
ଜୟପୁର, ୨୭ ଡିସେମ୍ବର (ହି.ସ) - କୋରାପୁଟ ଜିଲ୍ଲା ଜୟପୁର –ବୈପାରୀଗୁଡା ୩୨୬ ନମ୍ବର ଜାତୀୟ ରାଜପଥ ରାସ୍ତା ଜବାକନାଡି ଗ୍ରାମ ନିକଟରେ ଗତ ୧୪ ତାରିଖରେ ବାଇକ ଦୁର୍ଘଟଣାରେ ଦୁଇ ଭାଇ ଆହତ ହୋଇଥିଲେ । ଏଥିରେ ଜଣେ ଭାଇ ତଥା ସ୍ଥାନୀୟ ଜୟପୁର ସହର ଟାଉନଥାନା ହାତୀଶାଳର ବାସିନ୍ଦା ଶୁଭମ ଦୋରାଙ୍କ ଆଜି ସକାଳ
ବାଇକ ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ


ଜୟପୁର, ୨୭ ଡିସେମ୍ବର (ହି.ସ) - କୋରାପୁଟ ଜିଲ୍ଲା ଜୟପୁର –ବୈପାରୀଗୁଡା ୩୨୬ ନମ୍ବର ଜାତୀୟ ରାଜପଥ ରାସ୍ତା ଜବାକନାଡି ଗ୍ରାମ ନିକଟରେ ଗତ ୧୪ ତାରିଖରେ ବାଇକ ଦୁର୍ଘଟଣାରେ ଦୁଇ ଭାଇ ଆହତ ହୋଇଥିଲେ । ଏଥିରେ ଜଣେ ଭାଇ ତଥା ସ୍ଥାନୀୟ ଜୟପୁର ସହର ଟାଉନଥାନା ହାତୀଶାଳର ବାସିନ୍ଦା ଶୁଭମ ଦୋରାଙ୍କ ଆଜି ସକାଳେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି । ଏଥିନେଇ ପରିବାର ପକ୍ଷରୁ ବିନା ଶବବ୍ୟବଚ୍ଛେଦରେ ମୃତ ଦେହ ହସ୍ତାନ୍ତର ନେଇ ଅନୁରୋଧ କରିଥିଲେ। କିନ୍ତୁ ଏହା ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଥିବା ଯୋଗୁଁ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି । ପ୍ରକାଶ ଯେ, ଦୁର୍ଘଟଣା ଦିନ ମୃତକ ଶୁଭମ ଏବଂ ତାଙ୍କ ଭାଇ ସୂରଜ ବାଇକ (ଓଡି ୧୦ୱାଇ-୦୫୧୩) ଯୋଗେ ଜୟପୁର ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଶୁଭର ଗୁରୁତର ଆହତ ହୋଇଥିବା ବେଳେ ସୂରଜ ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ପରିବାର ଲୋକ ଉଦ୍ଧାର କରିବା ସହିତ ପ୍ରଥମେ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟ ଭର୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଯୋଗୁଁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ନେଇ ଜିଲ୍ଲା ଚିକିତ୍ସାଳୟ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ପକ୍ଷରୁ ଉତମ ଚିକିତ୍ସା ନେଇ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande