ଭଦ୍ରାୟଣୀ ପାଇଁ ଏକକ ସଙ୍ଗୀତ ପରିବେଷଣ ଚୟନ ପ୍ରକ୍ରିୟା
ଭଦ୍ରକ, ୨୭ ଡିସେମ୍ବର (ହି.ସ.) - ଆଜି ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ମହୋତ୍ସବ ଭଦ୍ରାୟନି ପାଇଁ ଏକକ ସଙ୍ଗୀତ ପରିବେଷଣ ପାଇଁ ଚୟନ ପ୍ରକିୟା ହୋଇଯାଇଅଛି । ଜିଲ୍ଲା ଭିତରୁ ୫୦ ରୁ ଉର୍ଦ୍ଧ ପିଲା ମାନେ ଏଥିରେ ଭାଗ ନେଇ ଥିଲେ। ସେମାନଙ୍କ ର ଲୁକ୍କାୟିତ ପ୍ରତିଭା କୁ ଉଜ୍ଜୀବିତ କରିବା ପାଇଁ ଜିଲ୍ଲ
BHADRAYANI SANGITA PARIBESAN CHAYAN PRAKRIYA


ଭଦ୍ରକ, ୨୭ ଡିସେମ୍ବର (ହି.ସ.) - ଆଜି ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ମହୋତ୍ସବ ଭଦ୍ରାୟନି ପାଇଁ ଏକକ ସଙ୍ଗୀତ ପରିବେଷଣ ପାଇଁ ଚୟନ ପ୍ରକିୟା ହୋଇଯାଇଅଛି । ଜିଲ୍ଲା ଭିତରୁ ୫୦ ରୁ ଉର୍ଦ୍ଧ ପିଲା ମାନେ ଏଥିରେ ଭାଗ ନେଇ ଥିଲେ। ସେମାନଙ୍କ ର ଲୁକ୍କାୟିତ ପ୍ରତିଭା କୁ ଉଜ୍ଜୀବିତ କରିବା ପାଇଁ ଜିଲ୍ଲାପାଳ ଦିଲିପ୍ ରାଉତରାଏ ଙ୍କ ନିର୍ଦ୍ଧେଶ ରେ ଏପରି ଚୟନ ପ୍ରକିୟା ଅନୁଷ୍ଠିତ ହୋଇଥଲା। ଏହି ପ୍ରକ୍ରିୟା ଟିକୁ ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ ଙ୍କ ର ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପାଦନ କରାଯାଇଛି । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସୀର୍କା,ସଙ୍ଗୀତଜ୍ଞ ରାମ ନାରାୟଣ ମହାନ୍ତି, ଶେଖ୍ ନିଜାମ୍‌, ଶ୍ୟାମ ସୁନ୍ଦର ଜେନା, ଆଇଯ।କ୍ ମହାନ୍ତି,ରାକେଶ ନାୟକ, ନରେନ୍ଦ୍ର ଦାସ, ତ୍ରିଲୋଚନ ପଣ୍ଡା,ସିଦ୍ଧାର୍ଥ ନାୟକ, ବିମଲ୍ ରାଉତରାୟ ଓ ଅନ୍ୟାନ୍ୟ ସହୋଯୋଗ କରିଥିଲେ। ଚୟନ ହୋଇଥିବା ପିଲାମାନେ ଜିଲ୍ଲା ମହୋତ୍ସବରେ ଅଂଶଗ୍ରହଣ କରିବେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande