ଭାଲୁ ଆକ୍ରମଣରେ ବୃଦ୍ଧା ମୃତ, ପୁଣି ଗଣ୍ଡାବାହାଲି ଗାଁରେ ଭାଲୁ ଆତଙ୍କ
ନୂଆପଡ଼ା, ୨୭ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ଠାରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ଗଣ୍ଡାବାହାଳି ନିବାସୀ ଦ୍ରୌପଦୀ ମେହେର (୬୩) ବୋଲି ସୂଚନା ମିଳିଛି। ପୁଣି ଆଜି ଗଣ୍ଡାବାହାଳୀ ଗ୍ରାମର ଗାଁ ବସ୍
Bear attack one death


ନୂଆପଡ଼ା, ୨୭ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ଠାରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ଗଣ୍ଡାବାହାଳି ନିବାସୀ ଦ୍ରୌପଦୀ ମେହେର (୬୩) ବୋଲି ସୂଚନା ମିଳିଛି। ପୁଣି ଆଜି ଗଣ୍ଡାବାହାଳୀ ଗ୍ରାମର ଗାଁ ବସ୍ତି ମୁଖ୍ୟରାସ୍ତା ଉପରେ ଭାଲୁ ବୁଲୁଥିବା ବେଳେ ଭୟର ଆତଙ୍କ ଲାଗିରହିଥିବା ଜଣାପଡିଛି।

ପ୍ରାପ୍ତ ଖବର ଅନୁସାରେ, ଶୁକ୍ରବାର ରାତିରେ କୌଣସି ପ୍ରକାରରେ ଦ୍ରୌପଦୀ ଭାଲୁର ହାବୁଡ଼ରେ ପଡ଼ିଥିଲେ। ଭାଲୁ ଆକ୍ରମଣରେ ଲହୁ ଲୁହାଣ ହୋଇ ଗୁରୁତର ହୋଇପଡ଼ିଥିଲେ। ଦ୍ରୌପଦୀଙ୍କ ଛାତି ଓ ଗଳାରେ ଗଭୀର ଦାନ୍ତ, ନଖର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ କେହି ଜାଣିପାରି ନଥିବାରୁ ଏହା ପ୍ରାୟ ମଧ୍ୟରାତ୍ରୀର ଘଟଣା ହୋଇଥିବା ଅନୁମାନ କରାଯାଉଛି। ଭାଲୁ ଆକ୍ରମଣରେ ଦ୍ରୌପଦୀ ଗୁରୁତର ଆହତ ହୋଇ ଗମ୍ଭାରିଗୁଡ଼ା ଯିବା ରାସ୍ତାରେ ପଡ଼ିଥିଲେ। ଆଜି ସକାଳୁ ଲୋକେ ତାଙ୍କୁ ଦେଖି ପାରିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଆଜି ଗାଁରେ ଭାଲୁ ପଶି ହଇଚଇ ସୃଷ୍ଟି କରିଛି। ଲୋକେ ଘରୁ ପଦାକୁ ବାହାରି ପାରିନାହାନ୍ତି। ଗାଁ ରେ ଭାଲୁ ଆତଙ୍କ ଦେଖାଦେଇଛି। ଗାଁ ବସ୍ତି ମୁଖ୍ୟ ରାସ୍ତା ଉପରେ ଭାଲୁର ଗତିବିଧି ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ତଥା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande