ବଲାଙ୍ଗୀର ବିଜେଡିର ୨୯ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
ବଲାଙ୍ଗୀର, ୨୭ ଡିସେମ୍ବର(ହି.ସ.) – ୨୬ ଡିସେମ୍ବରରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ପାଳିତ ହୋଇ ଯାଇଛି। ଏହି ଦିବସରେ ବଲାଙ୍ଗୀର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି
ବଲାଙ୍ଗିର ବିଜେଡି ର ୨୯ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗିର ବିଜେଡି ର ୨୯ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗିର ବିଜେଡି ର ୨୯ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ


ବଲାଙ୍ଗୀର, ୨୭ ଡିସେମ୍ବର(ହି.ସ.) – ୨୬ ଡିସେମ୍ବରରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ପାଳିତ ହୋଇ ଯାଇଛି। ଏହି ଦିବସରେ ବଲାଙ୍ଗୀର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେପରେ ବଲାଙ୍ଗୀର ବିଜେଡି ନଗର ସଭାପତି ତଥା ବରିଷ୍ଠ କାଉନସିଲର ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ବିଜେଡି ପ୍ରତିଷ୍ଠା ଦିବସ ସମାରୋହ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପାଣ୍ଡବ କୁମ୍ଭାର, ଇସ୍ମତ ଆରା ଖାନ, ସତ୍ୟ ନାରାୟଣ ଭୋଇ, ଛାତ୍ର ସଭାପତି ସୁମନ ନନ୍ଦ, ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ପ୍ରଦ୍ୟୁମ୍ନ ହୋତା, ନିହାର ରଞ୍ଜନ ସ୍ୱାଇଁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟନୀଧି ଖମାରୀ, ବିଧୁ ଭୂଷଣ ତ୍ରୀପାଠି, କୈଳାଶ ଚନ୍ଦ୍ର ମହାନ୍ତିଙ୍କ ପରେପରେ ମୁଖ୍ୟ ଅତିଥି ଦେବକୀ ସାହୁ ବିଜୁ ଜନତା ଦଳର ଗଠନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶ ଓ ବିଚାରଧାରା ବିଷୟରେ ଆଲୋକପାତ କରିବା ସହିତ ବକ୍ତାମାନେ ନବୀନ ପଟ୍ଟନାୟକ ସୁ-ଶାସନରେ ଓଡିଶାବାସୀଙ୍କ ବିକାଶ ଓ ଆଜିର ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ବିଷୟରେ କର୍ମକର୍ତାଙ୍କୁ ଅବଗତ କରାଇ ଆଗକୁ ବିଜୁ ଜନତା ଦଳକୁ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଜିଲ୍ଲାପରିଷଦ ସରପଂଚ ସମିତି ସଭ୍ୟଙ୍କ ସମେତ ସମସ୍ତ ବରିଷ୍ଠ ଓ କନିଷ୍ଠ ନେତୃବୃନ୍ଦଙ୍କ ସମେତ ଛାମୁଆ ସଂଗଠନର ସମସ୍ତ କର୍ମକର୍ତା ଉପସ୍ଥିତ ଥିବାବେଳେ ବଲାଙ୍ଗୀର ବିଜୁ ଜନତା ଦଳର ସାମାଜିକ ଗଣମାଧ୍ୟମର ଜିଲ୍ଲା ସଂଯୋଜକ ବିଭୁତି ଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande