ମାଓ ନେତା ଗଣେଶ ୱିକେ ର ଶବ, ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କଲା କନ୍ଧମାଳ ପୋଲିସ
Dead body of Mao leader Ganesh handed overs to family members
ମାଓ ନେତା ଗଣେଶ ୱିକେ ର ଶବ, ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କଲା କନ୍ଧମାଳ ପୋଲିସ


କନ୍ଧମାଳ , ୨୭ ଡିସେମ୍ବର (ହି.ସ.)

କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳର ଜଙ୍ଗଲରେ ଏନକାଉଣ୍ଟରରେ ନିହତ ଟପ୍ ମାଓ ନେତା ଗଣେଶ ଉଇକେର ମୃତ ଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି କନ୍ଧମାଳ ଜିଲ୍ଲା ପୋଲିସ । ଏଥିପାଇଁ ଫୁଲବାଣୀ ଆସିଛନ୍ତି ପରିବାର ର ଦୁଇ ସଦସ୍ୟ, ଭାଇ ଓ ଭଣଜା । ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡା ଜିଲ୍ଲା ଅନ୍ତର୍ଗତ ପୁନେମଲା ଗ୍ରାମର ମାଓବାଦୀ ଲିଡର ଗଣେଶର ସାନ ଭାଇ ପାକା ସତ୍ୟ ଓ ଭଣଜା ଲୋଡ଼ଙ୍ଗୀ ପ୍ରଭାତ ସହିତ ଦୁଇ ଗ୍ରାମବାସୀ ମଧ୍ୟ ଆସିଥିଲେ ଫୁଲବାଣୀ। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ଗୃହରେ ପୋଲିସ ସୁରକ୍ଷିତ ରଖାଯାଇଥିବା ଗଣେଶ ର ମର ଶରୀରକୁ ହସ୍ତାନ୍ତର କରାଯାଇଛି । ଆଜି ଫୁଲବାଣୀ ସଦର ଏସଡ଼ିପିଓ ସୁଭ୍ରଜିତ୍ ବିଶ୍ଵାଳଙ୍କ ତତ୍ବାବଧାନରେ ପୋଲିସ ଟିମ୍ ସମସ୍ତ ଔପଚାରିକତା ଶେଷ କରିବା ପରେ ଶବକୁ ପରିବାରକୁ ହସ୍ତାନ୍ତର କରିଛନ୍ତି। ପରିବାର ଲୋକେ ତେଲେଙ୍ଗାନା ରୁ ଆଣିଥିବା ଆମ୍ବୁଲାନ୍ସ ଯୋଗେ ଗଣେଶ ର ଶବକୁ ନେଇଥିଲେ। ତାଙ୍କ ସହିତ ତେଲେଙ୍ଗାନା ପୋଲିସ ମଧ୍ୟ ଆସିଥିଲା। ତେବେ ଗଣେଶର ଏନକାଉଣ୍ଟର ନ ହୋଇ ସେ ଆତ୍ମସର୍ମପଣ କରିଥିଲେ, ପରିବାର ଲୋକେ ଖୁସି ହୋଇ ଥାଆନ୍ତେ ବୋଲି ଭଣଜା କହିଛନ୍ତି। ତେବେ ଶବକୁ ଆମ୍ବୁଲାନ୍ସରେ ରଖିବା ପରେ ସେମାନେ ଇନକିଲାବ୍ ଜିନ୍ଦାବାଦ୍ ଓ ଲାଲ୍ ସଲାମ୍ ଭଳି ନାରାବାଜୀ କରିଥିଲେ । ସୂଚନା ଯୋଗ୍ୟ କି ଗତ ୨୫ ତାରିଖ ରେ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ବେଳେ ଜବାନଙ୍କ ଗୁଳିରେ ନିହତ ହୋଇଥିଲା ଟପ୍ ମାଓ ନେତା ଗଣେଶ ୱିକେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande