ଆଇଚର ଧକ୍କାରେ ଛାତ୍ରର ମୃତ୍ୟୁ ମମାଲାରେ ଚାଳକ ଅଦାଲତ ଚାଲାଣ
କୋରେଇ, ୨୭ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଅମୃତିଆ ରାସ୍ତାର ବିଦ୍ୟା କଲେଜ ନିକଟରେ ଆଇଚର ଧକ୍କାରେ ସେହି ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରର ମୃତ୍ୟୁ ଶୁକ୍ରବାର ଘଟିଥିଲା । ଏହି ମାମଲାରେ ଅଟକ ଆଇଚର ଚାଳକ ପଶ୍ଚିମବଂଗ ମୁସିର୍ଦ୍ଦାବାଦ ଜିଲ୍
ଆଇଚର ଧକ୍କାରେ ଛାତ୍ରର ମୃତ୍ୟୁ ମମାଲାରେ ଚାଳକ ଅଦାଲତ ଚାଲାଣ


କୋରେଇ, ୨୭ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଅମୃତିଆ ରାସ୍ତାର ବିଦ୍ୟା କଲେଜ ନିକଟରେ ଆଇଚର ଧକ୍କାରେ ସେହି ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରର ମୃତ୍ୟୁ ଶୁକ୍ରବାର ଘଟିଥିଲା । ଏହି ମାମଲାରେ ଅଟକ ଆଇଚର ଚାଳକ ପଶ୍ଚିମବଂଗ ମୁସିର୍ଦ୍ଦାବାଦ ଜିଲ୍ଲା ଦାମକଲ ଥାନା ଅନ୍ତର୍ଗତ ରାଧାକାନ୍ତପୁର ଗ୍ରାମର ଅବଦାର ମଣ୍ଡଳଙ୍କ ପୁଅ ସୁମନ ମଣ୍ଡଳ(୨୨)କୁ ଗିରଫ କରି ଆଜି ଅଦାଲତ ଚାଲାଣ କରାଯାଇଛି । ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତ ମିର୍ଜ୍ଜପାୁର ଗ୍ରାମର ପ୍ରହଲ୍ଲଦ ପଣ୍ଡାଙ୍କ ପୁଅ ଆଶୁତୋଷ ପଣ୍ଡା (୧୭) ବିଦ୍ୟା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଅଟେ । ଆଜି କଲେଜରୁ ଏକ ୟୁନିକର୍ଣ୍ଣ ବାଇକ (ଓଡି୦୪ଏକ୍ସ ୨୪୮୮) ଯୋଗେ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ରାସ୍ତାକଡରେ ଅଟକିଥିବା ବେଳେ ପାଣିକୋଇଲି ପଟୁ ଯାଉଥିବା ଏକ ଆଇଚର(ଡବ୍ଲୁବି ୫୭ଏଫ ୩୫୭୫) ତାଙ୍କୁ ଧକ୍କା ଦେଇ ପଳାଇଥିଲା । ଏନେଇ ଅଭିଯୋଗ ପରେ ଏକ ମାମଲା ୪୧୦/୨୫ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande