
ଜୟପୁର,୨୭ ଡିସେମ୍ବର (ହି.ସ.) - ପ୍ରକୃତି କୋଳରେ ମାଳିଗୁଡା ଏସ ଜଳପ୍ରପାତ ଜ୍ଝ ଛୁଟୁଛି ପଯ୍ୟଟକଙ୍କ ସୁଅ, ବିକାଶକୁ ଅଣଦେଖା । ଘଂଚ ଜଙ୍ଗଲ ଚର୍ତୁପାର୍ଶ୍ୱକୁ ଘେରି ରହିଛି ସବୁଜ ବନାନି ଦିନର ଅଧା ସମୟ ପଡ଼ୁନି ସୂର୍ଯ୍ୟଙ୍କ କିରଣ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିରବତାରେ କଟାଇବା ପାଇଁ ଏହା ପ୍ରକୃଷ୍ଟ ସ୍ଥାନା ଗୋଟିଏ ପଟେ ଝରଣାର କୂଳୁ କୂଳୁ ଶବ୍ଦ ଅନ୍ୟପଟେ ସବୁଜିମାର ନିରବତା ପର୍ଯ୍ୟଟନସ୍ଥଳୀର ମୁଖ୍ୟ ଆକର୍ଷଣ । କିନ୍ତୁ ଭିତିଭୂମି ବିକାଶ ହୋଇପାରିନଥିବାରୁ ଲୋକ ଲୋଚନକୁ ଆସପାରୁନି ପର୍ଯ୍ୟଟନସ୍ଥଳୀ।
ଜୟପୁର ସହରରୁ ମାତ୍ର ୫ କିମି ଦୂରରେ ରହିଛି ବାରିନଣିପୁଟ ପଂଚାୟତ ପଂଚାୟତ ସଦର ମହକୁମାରେ ରହିଛି ଜଳପ୍ରପାତ । କାହିଁ କେଉଁ କାଳରୁ ଏହି ଜଳପ୍ରପାତ ରହିଥିବା ବେଳେ ଗତ କିଛି ବର୍ଷ ହେଲା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ସହରର କୋଳାହଳଠୁ ଦୂରରେ ଥିବାରୁ ଅଧିକାଂଶ ପର୍ଯ୍ୟଟକ ଏଠାରେ ସମୟ କାଟିବା ସହ ବଣଭୋଜି କରିବା ପାଇଁ ପସନ୍ଦ କରିଥାନ୍ତି । ପଂଚାୟତ କାର୍ଯ୍ୟାଳୟରୁ ୨ କିମି ଦୂରରେ ଜଳପ୍ରପାତ ରହିଛି। କିନ୍ତୁ ୧ କିମି ରାସ୍ତା ମାଟି ଓ ପଥୁରିଆ ହୋଇଥିବାରୁ ପର୍ଯ୍ୟଟକ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନରେ ଗଲାବେଳେ ପର୍ଯ୍ୟଟକ ଖୁସି ମନରେ ଯାଉଥିବା ବେଳେ ସନ୍ଧ୍ୟାରେ ଫେରିବା ବେଳେ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ପର୍ଯ୍ୟଟନସ୍ଥଳୀକୁ ଠାବ କରିବାରେ ପର୍ଯ୍ୟଟନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ବେଳେ ବିକାଶ ପ୍ରତି ଗୁରୁତ୍ୱ ଦେବାପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯଦି ଭବିଷ୍ୟତ ରେ ଏହି ଗୁପ୍ତମୟ ଝରଣା ର କରାଯିବ ବିକାଶ ତେବେ କୋରାପୁଟ ରେ ପର୍ଯ୍ୟଟନ ମାନଚିତ୍ର ରେ ଏହି ଝରଣା ସ୍ଥାନ ପାଇବା ସହ ସ୍ଥାନୀୟ ଅଂଚଳର ହୋଇ ପାରିବ ବିକାଶ ।
ଅନ୍ୟପଟେ ଏହି ଘଟଣା କୁ ନେଇ ଜିଲ୍ଲା ପ୍ରଶାସନ କୁ ପଚାରିବାରୁ ଜୟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର କହିଛନ୍ତି କି ମୁଣ୍ଡୀଗୁଡା ମାଲିଗୁଡା ଠାରେ ଥିବା ଏସ ୱାଟର ଫଲ କୁ ସଂଯୋଗ କରୁଥିବା ରାସ୍ତାର ସ୍ଥିତିକୁ ତୁରନ୍ତ ତଦାରଖ ସହିତ ନିର୍ମାଣ କରିବାକୁ ନିର୍ଦେଶ ଦିଆଯାଇଛି ଏବଂ ରାସ୍ତା କାମବି ଆରମ୍ଭ କରାଯାଇ ସାରିଛି ଓ ତା ସହିତ ପଯ୍ୟଟକଙ୍କ ସୁରକ୍ଷା ପାଇଁ ମଧ୍ୟ ନଜର ଦିଆଯାଇ ପୋଲିସ ପେଟ୍ରୋଲିଂକୁ କଡାକଡି କରାଯିବ । ସବୁଠାରୁ ବଡକଥା କି କେବଳ ପ୍ରଶାସନ ସଜାଗ ହେଲେ ହେବ ନାହିଁ ପର୍ଯ୍ୟଟନ ସ୍ଥାନକୁ ଆସୁଥିବା ପଯ୍ୟଟକମାନେ ସବୁବେଳେ ନିଜ ପରିବେଶ କୁ ସଫା ସୁତୁରା ରଖିବା ପାଇଁ ମନ ବଳାଇବାକୁ ପଡିବ ତାହେଲେ ଯାଇ ସମସ୍ତ ପଯ୍ୟଟନ ସ୍ଥାନର ବିକାଶ ହୋଇ ପାରିବ ।
ହିନ୍ଦୁସ୍ଥାନ ସମାଚାର / ପିକେପି