ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଡେରାବିଶ ମହୋତ୍ସବରେ ସାଂସ୍କୃତିକ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ
କେନ୍ଦ୍ରାପଡ଼ା, ୨୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଡେରାବିଶ ମହୋତ୍ସବରେ ସାଂସ୍କୃତିକ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା
ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଡେରାବିଶ ମହୋତ୍ସବରେ ସାଂସ୍କୃତିକ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ


କେନ୍ଦ୍ରାପଡ଼ା, ୨୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଡେରାବିଶ ମହୋତ୍ସବରେ ସାଂସ୍କୃତିକ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଡଃ. ଭକ୍ତ କବି ଦାସ, ମୂଖ୍ୟ ବକ୍ତା ବିଶିଷ୍ଟ ସ୍ତମ୍ଭକାର ଡଃ. ସର୍ବେଶ୍ଵର ସେଣ, ସମ୍ମାନୀତ ଅତିଥି ଭାବେ ମୌସୁମୀ ସାହିତ୍ୟ ସଂସ୍କୃତି ପରିଷଦର ସମ୍ପାଦକ ଡଃ. ଶ୍ରୀଧର କୁମାର ସାମଲ, ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ବିଶିଷ୍ଟ ଶିକ୍ଷାବିତ୍ ଗୌରାଙ୍ଗ ଚରଣ ସାହୁ, ଭରତ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ସାହିତ୍ୟ, ସଂସ୍କୃତି,ସମ୍ପ୍ରକ୍ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସାହିତ୍ୟ ସଂସ୍କୃତି ର ବାହକ ବୋଲି କହିବା ସହ ଏହ। ମହୋତ୍ସବ ଟିକୁ ଆହୁରି ରଙ୍ଗାୟିତ କରେ ବୋଲି ପ୍ରକାଶ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକ ସ୍ଵପ୍ନଂ।ଶୁ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଯୋଗ ଗୁରୁ ସଞ୍ଜୟ କୁମାର ମଥାନ ବେଦ ପାଠ, ଟୁଇଁକିଲ ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଯୋଗ।ଭିନୟ କରିଥିଲେ। କବି ପ୍ରଭାତୀ ଧଳ, ରାଜେଶ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଅ।ସରରେ ସର୍ବଶ୍ରୀ ଅଜୟ କୁମାର ପାତ୍ର, ଗୀତାଞ୍ଜଳୀ ସାହୁ, ଅମର ପ୍ରସାଦ ରାଉତ ଶୈଳଜା ଶଙ୍କର ସାମଲ, ରଜନୀକାନ୍ତ ଦାସ, ବାପିନ କୁମାର ମଲ୍ଲ, ନିକୁଞ୍ଜ ବିହାରୀ ପୃଷ୍ଟି, ଡଃ. ନାରାୟଣ ପତି, ଅନିତା ପୃଷ୍ଟି, ସ୍ଵର୍ଣ୍ଣମୟୀ ଷଡଙ୍ଗୀ, ବଂଶୀଧର ମହାନ୍ତି, ରଞ୍ଜନ ବାଇ ପ୍ରମୁଖ ପଚାଶ ଜଣରୁ ଉର୍ଦ୍ଧ୍ବ କବି କବ୍ୟୟିତ୍ରୀ କବିତା ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଟିଟି କାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande