
ଜୟପୁର, ୨୭ ଡିସେମ୍ବର (ହି.ସ.) - କାଠରଗଡା ମଣ୍ଡିରେ ଆରଏମସି ପକ୍ଷରୁ ଅବ୍ୟବସ୍ଥା ହୋଇଥିବା ଯୋଗୁଁ ଚାଷୀ ମାନେ ଅଭିଯୋଗ କରିଛନ୍ତି। କାଠରଗଡା ମଣ୍ଡିରେ କାଠରଗଡା, ଚମ୍ପାପଦର ଓ ହରଡାଗୁଡା ୩ଟି ପଂଚାୟତର ଚାଷୀ ମାନେ ନିର୍ଭର କରୁଛନ୍ତି। ଆଜି ଚାଷୀ ଓ ମିଲ ମାଲିକଙ୍କ ସହ କାମତା ଲେମ୍ପ ଏମ.ଡି ମାନସି ହୋତାଙ୍କ ଆଲୋଚନା ପରେ ମଣ୍ଡିରୁ ଧାନ ଉଠିଥିଲା। ଲ୍ୟାମ୍ପ୍ କର୍ମକର୍ତା ଉପସ୍ଥିତ ଥିବା ବେଳେ ଆରଏମସିର କେହି କର୍ମଚାରୀଙ୍କ ଦେଖା ମିଳିନଥିଲା। ଆରଏମସି ପକ୍ଷରୁ ମଣ୍ଡିରେ ସମସ୍ତ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ନିୟମ ଥିବା ବେଳେ କାଠରଗଡା ମଣ୍ଡିରେ ଚାଷୀଙ୍କ ପାଇଁ କିଛି ଆରଏମସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। କେବଳ ସିସି କ୍ୟାମେରା ଲଗାଇ ଦେଇ ଆରଏମସି କର୍ତୁପକ୍ଷ୍ ଚୁପ ହୋଇ ରହିଛନ୍ତି। ଏଣୁ ଆଜି ଚାଷୀ ମାନଙ୍କ ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଆଜି ମଣ୍ଡିରେ ୪କେଜି କଟନୀ ଛଟନୀ କରାଯାଇଥିବା ଯୋଗୁଁ ଚାଷୀ ମାନେ ସିଏସଓଙ୍କୁ ୧କେଜି, ମିଲରଙ୍କୁ ୧କେଜି, ଲ୍ୟାମ୍ପ କୁ ୧କେଜି, ଆରଏମସିକୁ ୧କେଜି ଦାନ ଆକାରରେ ଦାନ ଦେଇଛୁ ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି