ଜମି ବିବାଦକୁ କେନ୍ଦ୍ର କରି ହତ୍ୟା, ବଡ଼ ଭାଇର ମରଣାତ୍ମକ ଆକ୍ରମଣ ରେ ସାନ ଭାଇର ମୃତ୍ୟୁ ଅଭିଯୋଗ
ମାଲକାନଗିରି, ୨୭ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ଭି - ୬୪ ଗ୍ରାମରେ ବୁଧବାର ଦିନ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ମୁତାବକ ବୁଧବାର ରାତିରେ କାଲିମେଳା ଥାନା ଅନ୍ତର୍ଗତ ଏମ ଭି - ୬୪ ଗାଁରେ ଜମି ବିବାଦକୁ ନେଇ ବଡ଼ ଭାଇ ତାପସ ମଲ୍ଲିକ (
ଜମି ବିବାଦକୁ କେନ୍ଦ୍ର କରି ହତ୍ୟା, ବଡ଼ ଭାଇର  ମରଣାତ୍ମକ ଆକ୍ରମଣ ରେ ସାନ ଭାଇର ମୃତ୍ୟୁ ଅଭିଯୋଗ


ମାଲକାନଗିରି, ୨୭ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ଭି - ୬୪ ଗ୍ରାମରେ ବୁଧବାର ଦିନ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ମୁତାବକ ବୁଧବାର ରାତିରେ କାଲିମେଳା ଥାନା ଅନ୍ତର୍ଗତ ଏମ ଭି - ୬୪ ଗାଁରେ ଜମି ବିବାଦକୁ ନେଇ ବଡ଼ ଭାଇ ତାପସ ମଲ୍ଲିକ (୬୫) ଗ୍ରାମର କିଛି ବ୍ୟକ୍ତିଙ୍କ ସହ ମିଶି ସାନ ଭାଇ ରବୀନ୍ଦ୍ର ମଲ୍ଲିକ (୬୦) ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ ରବୀନ୍ଦ୍ର ମଲ୍ଲିକ ଗୁରୁତର ଆହତ ହେବାରୁ ପ୍ରଥମେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଥିବା ବେଳେ ଡ଼ାକ୍ତର ଜରୁରୀକାଳୀନ ଚିକିତ୍ସା ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଡ଼ାକ୍ତର ତାଙ୍କୁ କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଶନିବାର ସକାଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଜମିବାଡ଼ି ବିବାଦକୁ ନେଇ ମୃତକ ରବୀନ୍ଦ୍ର ମଲ୍ଲିକ ଏବଂ ବଡ ଭାଇ ତାପସ ମଲ୍ଲିକଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଏହା ମଧ୍ୟରେ ଗ୍ରାମରେ କିଛି ଦିନ ଧରି ଚାଲିଥିବା ଭାଗବତ ପାଠ ଶୁଣିବାକୁ ଉଭୟ ବୁଧବାର ରାତିରେ ଯାଇଥିଲେ ଏବଂ ଭାଗବତ ପାଠ ଶୁଣି ଘରକୁ ଫେରୁଥିବା ବେଳେ ଉଭୟ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ର ରୂପ ନେଇଥିଲା। ଏଥିରେ ବଡ ଭାଇ ତାପସ ମଲ୍ଲିକ ରାଗି ଯାଇ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ମିଶି ସାନ ଭାଇ ରବିନ୍ଦ୍ରଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏସମ୍ପର୍କରେ ମୃତ ରବୀନ୍ଦ୍ରଙ୍କ ପୁଅ ତରୁଣ ମଲ୍ଲିକ କାଲିମେଳା ଥାନାରେ ଶୁକ୍ରବାର ଦିନ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଉକ୍ତ ଗ୍ରାମରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande