ପ୍ରଦୂଷଣ ଜୋରିମାନା ନାଁରେ ଲୋକଙ୍କୁ ଶୋଷଣ କରିବା ବନ୍ଦ କର - ନବ ନିର୍ମାଣ ଯୁବଛାତ୍ର ସଂଗଠନ
ଭୁବନେଶ୍ୱର , ୨୭ ଡିସେମ୍ବର (ହି.ସ.)- ଖଣି ଓ ଶିଳ୍ପ ସହିତ ସଂପୃକ୍ତ ବଡ ବଡ କମ୍ପାନୀମାନେ ପରିବେଶର ସମସ୍ତ ନୀତି ନିୟମକୁ ଫାଙ୍କି ଦେଇ ବାୟୁ, ଜଳ, ଜଙ୍ଗଲ ଓ ପରିବେଶକୁ ଯେଉଁ ପ୍ରକାରର ବିଷାକ୍ତ କରିଚାଲିଛନ୍ତି ତାଙ୍କ ଉପରେ କୌଣସି ଜୋରିମାନା ଓ ଜେଲର ଅଙ୍କୁଶ ନାହିଁ। ଏପରି କି ସୁପ୍ରିମକୋର୍ଟ ଖଣି କମ
ୁଵରଗକବଗହଗଦ


ଭୁବନେଶ୍ୱର , ୨୭ ଡିସେମ୍ବର (ହି.ସ.)- ଖଣି ଓ ଶିଳ୍ପ ସହିତ ସଂପୃକ୍ତ ବଡ ବଡ କମ୍ପାନୀମାନେ ପରିବେଶର ସମସ୍ତ ନୀତି ନିୟମକୁ ଫାଙ୍କି ଦେଇ ବାୟୁ, ଜଳ, ଜଙ୍ଗଲ ଓ ପରିବେଶକୁ ଯେଉଁ ପ୍ରକାରର ବିଷାକ୍ତ କରିଚାଲିଛନ୍ତି ତାଙ୍କ ଉପରେ କୌଣସି ଜୋରିମାନା ଓ ଜେଲର ଅଙ୍କୁଶ ନାହିଁ। ଏପରି କି ସୁପ୍ରିମକୋର୍ଟ ଖଣି କମ୍ପାନୀମାନଙ୍କ ଉପରେ ପକାଇଥିବା ହଜାର ହଜାର କୋଟି ଜୋରିମାନାକୁ ସରକାର ଆଦାୟ କରିବାର ସତସାହାସ ନାହିଁ, କିନ୍ତୁ ନାଲି ଆଖି ଦେଖାଇ ସାଧାରଣ ଲୋକଙ୍କୁ ଭୟଭିତ କରି ୧୦,୦୦୦ ଟଙ୍କା ନେଇଯିବା ସହଜ ହୋଇଯାଇଛି। ଏଥିପାଇଁ ନବନିର୍ମାଣ ଯୁବଛାତ୍ର ସଂଗଠନ ଦାବୀ କରୁଛି ସାଧାରଣ ବ୍ୟକ୍ତି ଠାରୁ ନିଆଯାଉଥିବା ଫାଇନକୁ ରଦ୍ଧ କରାଯାଉ, ତତ୍ ସହିତ ଓଡିଶାରେ ଗୋଟିଏ ପଟେ ମଦ ବିକ୍ରି ଆର ପଟେ ଫାଇନ୍ ଆଦାୟ କରିବା ଦୋଗଲା ନୀତି ବନ୍ଦ କରାଯାଉ। ଓଡ଼ିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରାଯାଉ। ନଚେତ ଆଗାମୀ ଦିନରେ ସାରା ଓଡ଼ିଶାରେ ଲଢେଇ ହେବ। ଆଜିର କାର୍ଯ୍ୟକ୍ରମରେ ଅମିତି ଜେନା, ରଣଜିତ୍ ପଟ୍ଟନାୟକ, ଦିବ୍ୟ ରଂଜନ ସାହୁ, ଶ୍ରୀୟାଶୁ ପ୍ରଧାନ, ସୃତି ରଂଜନ ସାମଲ, ରୁଦ୍ର ନାୟକ, ଏମଡ଼ି ମୁନାୱାର, ଜୟନ୍ତ ଗୋସ୍ୱାମୀ, ଏସକେ ହେଦାଇ, କୃଷ୍ଣ ନାହାକ, ସତ୍ୟଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

...................

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande