ୟୁଥ ରୟାଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ
କୋରେଇ, ୨୭ ଡିସେମ୍ବର (ହି.ସ.) - ପଶରିକୋିଲି ଥାନା ତଥା ଯାଜପୁର ବ୍ଳକ ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଡିଆ ଖେଳପଡିଆ ଠାରେ ୫ ଦିବସୀୟ କ୍ରିକୋଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଛି । ୟୁଥ ରୟାଲ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଂଟରେ ୧୬ଟି ଦଳ ଭାଗନେଇଥିଲେ । ଫାଇନାଲ ମ୍ୟାଚ ଆ
ୟୁଥ ରୟାଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ


କୋରେଇ, ୨୭ ଡିସେମ୍ବର (ହି.ସ.) - ପଶରିକୋିଲି ଥାନା ତଥା ଯାଜପୁର ବ୍ଳକ ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଡିଆ ଖେଳପଡିଆ ଠାରେ ୫ ଦିବସୀୟ କ୍ରିକୋଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଛି । ୟୁଥ ରୟାଲ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଂଟରେ ୧୬ଟି ଦଳ ଭାଗନେଇଥିଲେ । ଫାଇନାଲ ମ୍ୟାଚ ଆଖୁଆପଦା ଓଡିଶା ଇଲେଭେନ ବନାର ଅନୁରାଗ ୱାରିଅର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଓଡିଶା ଇଲେଜନ ଟସ ଜିତି ବ୍ୟାଂଟି କରି ୧୦ ଓଭରରେ ୯୧ ରନ ସଂଗ୍ରହ କରିଥିଲେ । ଜବାବରେ ପାଣିକୋଇଲି ୭୧ ରନରେ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଥିଲା । ଫଳରେ ଓଡିଶା ଇଲେଜନ ଚଳିତ ବର୍ଷର ଚମ୍ପିଅନ ଘୋଷଣା କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡକ୍ଟର ରିବନ୍ଦ୍ର ନାରାୟଣ ବେହେରା, ସମ୍ମାନୀତ ଅତିଥିଭାବେ ପୂର୍ବତନ ଜିଲ୍ଲା ସଭାପତି (ବିଜେପି ) ଗୌତମ ରାୟ, ଯୁବନେତା ସୁଦୀପ୍ତ ପଣ୍ଡା, ସାଂସଦ ପ୍ରତିନିଧି ପ୍ରଦୀପ କୁମାର ଧଳ, ଶିକ୍ଷାବିତ ଧରଣୀଧର ମିଶ୍ର, ଦିପ୍ତିରେଖା ମିଶ୍ର, ବିରଂଚି ରାଉତ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ରନରସଅପ ଓ ଚମ୍ପିଅନ ଦଳକୁ ପୁରସ୍କୃତ କରିଥିଲେ । କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande