ସହରୀକରଣ ଯୋଜନାରେ ସମ୍ବଲପୁରର ସର୍ବାଙ୍ଗୀନ ଉନ୍ନତି କରାଯିବ: ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବିନିଯୋଗ
ସମ୍ବଲପୁର, ୨୭, ଡିସେମ୍ବର (ହି.ସ.) ଆଗାମୀ ଦିନରେ ସମ୍ବଲପୁରରେ ସରକାରଙ୍କ ସହରୀ ବିକାଶ ଯୋଜନା କାର୍ଯ୍ୟକାରୀ ହେବ । ପ୍ରାୟ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦରେ ସମ୍ବଲପୁର ସହରର ସର୍ବାଙ୍ଗିନ ବିକାଶ କରାଯିବ। ସହରରେ ବସବାସ କରୁଥିବା ଦୁର୍ବଳ ଆର୍ôଥକ ଶ୍ରେଣୀର ଲୋକଙ୍କୁ ସହରରେ ଥଇଥାନ ପା
ସହରୀକରଣ ଯୋଜନାରେ ସମ୍ବଲପୁରର ସର୍ବାଙ୍ଗୀନ ଉନ୍ନତି କରାଯିବ: ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବିନିଯୋଗ


ସହରୀକରଣ ଯୋଜନାରେ ସମ୍ବଲପୁରର ସର୍ବାଙ୍ଗୀନ ଉନ୍ନତି କରାଯିବ: ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବିନିଯୋଗ


ସମ୍ବଲପୁର, ୨୭, ଡିସେମ୍ବର (ହି.ସ.) ଆଗାମୀ ଦିନରେ ସମ୍ବଲପୁରରେ ସରକାରଙ୍କ ସହରୀ ବିକାଶ ଯୋଜନା କାର୍ଯ୍ୟକାରୀ ହେବ । ପ୍ରାୟ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦରେ ସମ୍ବଲପୁର ସହରର ସର୍ବାଙ୍ଗିନ ବିକାଶ କରାଯିବ। ସହରରେ ବସବାସ କରୁଥିବା ଦୁର୍ବଳ ଆର୍ôଥକ ଶ୍ରେଣୀର ଲୋକଙ୍କୁ ସହରରେ ଥଇଥାନ ପାଇଁ ବ୍ୟବସ୍ଥା ହେବ । ବିଶେଷ କରି ବୁଲା ବିକାଳି, ଗରିବ ବ୍ୟବସାୟୀ, ବେସରକାରୀ ସଂସ୍ଥାରେ ନିୟୋଜିତ କର୍ମଚାରୀ, ତଳ ପାହ୍ୟାର ସରକାରୀ କର୍ମଚାରୀ ସର୍ବୋପରି ଦୁର୍ବଳ ଆର୍ôଥକ ଓ ଅନଗ୍ରସର ଲୋକଙ୍କୁ ସମ୍ବଲପୁର ସହରରେ ସରକାରୀ ନିୟାମାନୁଯାୟୀ ଥଇଥାନ, ସହରର ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ଆଦି ଏହି ଯୋଜନା ପରିସରରେ ରହିବ। ପ୍ରଥମ ପର୍ଯ୍ୟାୟରେ ସହରର ବର୍ଜାପାଲି ଠୋଲକୋପଡା ଠାରେ ଶୃଙ୍ଖଳିତ ବ୍ୟବସ୍ଥାରେ ଥଇଥାନର ବ୍ୟବସ୍ଥା କରାଯିବ । ଓଡ଼ିଶାର ସମ୍ବଲପୁର ଏକ ପ୍ରମୁଖ ସହର । ଏହାର ସର୍ବାଙ୍ଗୀନ ଉନ୍ନତି ହିଁ ଓଡ଼ିଶାର ଉନ୍ନତି । ତେଣୁ ସମ୍ବଲପୁର ସହରର ସର୍ବାଙ୍ଗିନ ବିକାଶ ଓ ଉନ୍ନୟନକୁ କୌଣସି ମତେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ଆଜି ସମ୍ୱଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande