ବିନିକାରେ ନକଲି ନୋଟ କାରବାର,ପୁଣି ୨ଅଭିଯୁକ୍ତ କୋର୍ଟ ଚଲାଣ
ସୁବର୍ଣ୍ଣପୁର, 27 ଡିସେମ୍ବର (ହି.ସ.)ତିନି ମାସ ତଳେ ଅର୍ଥାତ ଗତ ଅକ୍ଟୋବର ୨୫ତାରିଖରେ ନକଲି ନୋଟ କାରବାରରେ ଧରାପଡ଼ି ୩ଅଭିଯୁକ୍ତ ଗିରଫ ହୋଇ ଜେଲରେ ଦିନ କାଟୁଥିବା ବେଳେ ପୁଣି ଏହି କାରବାରରେ ସଂଶ୍ଳିଷ୍ଟ ୨ଅଭିଯୁକ୍ତକୁ ବିନିକା ପୋଲିସ ଗିରଫ କରି କୋର୍ଟ ଚଲାଣ କରିବା ଘଟଣା ସାରା ଅଞ୍ଚଳରେ ଆଲୋଡନ ସୃଷ
ବିନିକାରେ ନକଲି ନୋଟ କାରବାର,ପୁଣି ୨ଅଭିଯୁକ୍ତ କୋଟ ଚଲାଣ


ସୁବର୍ଣ୍ଣପୁର, 27 ଡିସେମ୍ବର (ହି.ସ.)ତିନି ମାସ ତଳେ ଅର୍ଥାତ ଗତ ଅକ୍ଟୋବର ୨୫ତାରିଖରେ ନକଲି ନୋଟ କାରବାରରେ ଧରାପଡ଼ି ୩ଅଭିଯୁକ୍ତ ଗିରଫ ହୋଇ ଜେଲରେ ଦିନ କାଟୁଥିବା ବେଳେ ପୁଣି ଏହି କାରବାରରେ ସଂଶ୍ଳିଷ୍ଟ ୨ଅଭିଯୁକ୍ତକୁ ବିନିକା ପୋଲିସ ଗିରଫ କରି କୋର୍ଟ ଚଲାଣ କରିବା ଘଟଣା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।କାଳେ କାହା ପାଖରେ ନକଲି ନୋଟ ରହିଛି କି ସେନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି ।ସୂଚନା ଯୋଗ୍ୟ ଯେ ୨ମାସ ତଳେ ଏହି ନକଲି ନୋଟ କାରବାରରେ ଜେଲରେ ଥିବା ବ୍ୟକ୍ତି ମାନଙ୍କ ଠାରୁ ପୋଲିସ ୪ଲକ୍ଷ ୧୫ସହ ଟଙ୍କା ଜବତ କରିଥିବା ବେଳେ ବଜାରକୁ ନକଲି ନୋଟ ୧ଲକ୍ଷ ୯୯ହଜାର ଟଙ୍କା ଛଡା ଯାଇଥିଲା । ଏହି କାରବାରରେ ଆଉ କିଏ କିଏ ସଂଶ୍ଳିଷ୍ଟ ସେହି ଦିନ ଠାରୁ ପୋଲିସ ତଦନ୍ତ ଜାରି ରଖିଥିଲା ଏବଂ ଏଥିରେ ପୁଣି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ବରପାଲି ମହତାପଡ଼ାର ବଳରାମ ମେହେର ଓ ଗାଇସିଲେଟ କେଦୁଭଟା ଗ୍ରାମର ବିଶ୍ଵପତି ସାହୁ ।ତେବେ ଉଭୟ ଅଭିଯୁକ୍ତଙ୍କୁ କୋଟ ଚଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande