
ଜୟପୁର, ୨୭ ଡିସେମ୍ବର(ହି.ସ.) – ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଚଢାଉ କରି ଆଜି କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସ୍ତ୍ରୀ ଙ୍କ ନାମରେ ମାମଲା ରୁଜୁ କରିଛି ଜୟପୁର ଭିଜିଲାନ୍ସ। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଭିଜିଲାନ୍ସ ଏସପି ରବିନ୍ଦ୍ର କୁମାର ପଣ୍ଡା ଆଜି ସୁଚନା ଦେଇଛନ୍ତି। କୋର୍ଟ ଚାଙ୍କ ଜାମିନ ଖାରଜ କରିଥିବା ବେଲେ ଆସନ୍ତା ୯ ତାରିଖ ର ଯାଏ ଜେଲ ହାଜତକୁ ପଠାଇଛନ୍ତି। ବର୍ତମାନ କନିଷ୍ଟ ଯନ୍ତ୍ରୀ ଜୟପୁର ସ୍ଥିତ ସ୍ୱତନ୍ତ୍ର କାରାଗାରରେ ଅଛନ୍ତି। ଭିଜିଲାନ୍ସ ବିଭାଗ ତରଫରୁ ନିହାରଙ୍କ ଅଫିସ୍ ଓ ପୈତୃକ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ବେଳେ ନିହାରଙ୍କର ୮ଟି ଦାମୀ ପ୍ଲଟ୍ ଠାବ ହୋଇଛି। ନିହାର ସରକାରଙ୍କ ମାଲକାନଗିରି ସହର ଜୟନଗର ୨ କୋଟି ଟଙ୍କା ର ତିନି ମହଲା କୋଠା, କାଲିମେଳା ସ୍ଥିତ ପୈତୃକ ଘର, ନବରଙ୍ଗପୁର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ମାଲକାନଗିରି ବିଡିଓ ଅଫିସ୍ ସ୍ଥିତ ଚାମ୍ବରରେ ଭିଜିଲାନ୍ସ ଚଢାଉ୍ କରିଥିଲା। ନିରଞ୍ଜନଙ୍କ ଘରୁ ଏକ କିଲୋର ସୁନାଗହଣା, ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା, ବିଦେଶୀ କରେନ୍ସି,୨୫ ଲକ୍ଷା ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୨ଟି ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି ଠାବ ହୋଇଛି। ଆୟ ଠାରୁ ୪୪୪ ପ୍ରତିଶତ ସମ୍ପତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ତରଫରୁ ଆକଳନ କରାଯାଇ ଥିବା ଭିଜିଲାନ୍ସ ତରଫରୁ ସୁଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି