ସାଇ ଟିଉଟରିଆଲର ବାର୍ଷିକ ଉତ୍ସବ
ଧର୍ମଶାଳା, ୨୭ ଡିସେମ୍ବର(ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଟିଉଟରିଆଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅତିଥି ଭାବେ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ, ବ୍ରହ୍ମବରଦା ଡ
ସାଇ ଟିଉଟରିଆଲର ବାର୍ଷିକ ଉତ୍ସବ


ଧର୍ମଶାଳା, ୨୭ ଡିସେମ୍ବର(ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଟିଉଟରିଆଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅତିଥି ଭାବେ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ, ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ, ଡ. ରଶ୍ମିରଂଜନ ଦାଶ, ସମାଜସେବୀ ପ୍ରଫୁଲ୍ଲ ଗିରି, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜ କୁମାର ବାରିକ, ସତ୍ୟ ସାଇ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଉପେନ୍ଦ୍ର ସାହାଣୀ, ବୃନ୍ଦାବନ ଶତପଥୀ, ଅମୂଲ୍ୟ ରାଉତ ଓ ଦୁଃଷ୍ମନ୍ତ ପତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷାବିତ୍ ଦାମୋଦର ସାହୁ ଅତିଥି ପରିଚୟ ଓ ମଂଚ ପରିଚାଳନାରେ ସହଯୋଗ କରିଥିଲେ । କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁବାସ ମଣ୍ଡଳ ଓ ମିଟୁ ସାହୁ ସହଯୋଗ କରିଥିଲେ । ଶେଷରେ ଧିରେନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande