ଏନଆଇଟି ପରିସରରେ ଇଣ୍ଡୋଇ ସ୍ପୋର୍ଟସ କମ୍ପ୍ଲେକ୍ସର ଶୁଭ ଉଦ୍ଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 27 ଡିସେମ୍ବର (ହି.ସ.) 200 କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ - ଏନଆଇଟି ରାଉରକେଲା ପହଂଚିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାମ୍ପସରେ ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟ ସଙ୍ଗୀତ ସହ କେନ୍ଦ୍ର ମନ୍ତ୍ରୀଙ୍କ
ଧର୍ମେନ୍ଦ୍ର


ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)

200 କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ

- ଏନଆଇଟି ରାଉରକେଲା

ପହଂଚିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାମ୍ପସରେ ପହଞ୍ଚିବା ପରେ

ପାରମ୍ପରିକ ନୃତ୍ୟ ସଙ୍ଗୀତ ସହ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆଯାଇଥିଲା ଭବ୍ୟ ସ୍ବାଗତ

ସମ୍ବର୍ଦ୍ଧନା । ଏନଆଇଟିପରିସରରେ ନବ

ନିର୍ମିତ ଇଣ୍ଡୋଇ ସ୍ପୋର୍ଟସ କମ୍ପ୍ଲେକ୍ସର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି

ଅବସରରେ ଛାତ୍ରଛାତ୍ରୀ ମାନଙ୍କ ସହ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଧର୍ମେନ୍ଦ୍ର ଖେଳିଥିଲେ

ବ୍ୟାଡମିଣ୍ଟନ । ଏହାସହ ସିଭିଲ ଇଞ୍ଜିନିୟରିଂ ବିଲ୍ଡିଂ, ନୂତନ ଗେଷ୍ଟ ହାଉସ, 500 ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଶିଳାନ୍ୟାସ

କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେହିପରି ଏନଆଇଟିକ୍ୟାମ୍ପସ ଭିତରେ

ନିର୍ମାଣାଧୀନ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ରାଉରକେଲାର ଏନଆଇଟି ପରିସରରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରି ଆନନ୍ଦିତ । ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଥିଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ଏହା ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ବରଂ ସୃଜନଶୀଳ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ଶିଖରରେ ପହଞ୍ଚାଇବାରେ ସାହାଯ୍ୟ କରିବ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, 200 କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର

ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି । ଏଠାରେ ପହଞ୍ଚି ଅଭିଭୂତ । ଆଉ ଥରେ ଛାତ୍ର ହେବା ପାଇଁ

ଇଚ୍ଛା ହୋଇଥିବା ବୋଲି ସେ କହିଛନ୍ତି ।

ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ଗୋଟିଏ ଏନଆଇଟିରାଉରକେଲା । ଦେଶର 100

ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ମଧ୍ୟରୁ 13 ତମ ସ୍ଥାନରେ ଅଛି ଏନଆଇଟିରାଉରକେଲା । ଆଉ କିଛି ବର୍ଷ

ଭିତରେ 2036ରେ ଓଡ଼ିଶା ଗଠନ ର 100 ବର୍ଷ ପୂରଣ କରିବ । 2047 ବେଳକୁ ସ୍ବାଧିନତାର 100 ବର୍ଷ

ପୂରିବ । ଏହି ଦୁଇଟି ବଡ଼ ଟାର୍ଗେଟ ଆମ ପାଖରେ । ଏହି ସମୟ ଭିତରେ ଏନଆଇଟିଶ୍ରେଷ୍ଠ ପଞ୍ଚମ

ଶିକ୍ଷାନୁଷ୍ଠାନ ହେବ ବୋଲି ଆଶା । ଆଉ 2047 ସୁଦ୍ଧା ବିଶ୍ଵର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ

ସ୍ଥାନ ପାଇବ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରାଉରକେଲା କେବଳ

ଗୋଟିଏ ସହର, କି କାରଖାନାର

ଅବସ୍ଥିତି ନୁହେଁ, । ରାଉରକେଲା

ଲୋକଙ୍କ ସେଣ୍ଟିମେଣ୍ଟ ସହ ଜଡ଼ିତ । ଏନଆଇଟିର ଆଲୁମିନା

କମ୍ୟୁନିଟି ସବୁଠୁ ଭାଇବ୍ରାଣ୍ଟ । ଏନଆଇଟି ଓ ଆରଏସପିରାଉରକେଲାର ଦୁଇଟି ଗ୍ରୋଥ୍ ଇଞ୍ଜିନ । ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆମେ ଏବେ ବିଶ୍ଵର 4 ନମ୍ବର ଅର୍ଥନୀତି ହେଲେଣି । ଖୁବଶୀଘ୍ର 3 ନମ୍ବର ହେବ ।

ରାଉରକେଲାର ଏଥିରେ ବଡ଼ ଭୂମିକା ଅଛି । ଏଥିରେ ଏନଆଇଟି ନେତୃତ୍ୱ ନେବ ବୋଲି ବିଶ୍ୱାସ ଅଛି ।

ରାଉରକେଲା ଏନଆଇଟିରେ ବିଭିନ୍ନ ରିସର୍ଚ୍ଚ ଆରମ୍ଭ ହୋଇଛି । ଏଆଇ, ରୋବାଟିକସ ଭଳି ଆଧୁନିକ ବିଷୟ ଯୋଡାଯାଇଛି । ଏନଆଇଟିର

ଏକ ଷ୍ଟାର୍ଟ ଅପ୍ ଜାତୀୟ ସ୍ତରର ପରିଚୟ ସୃଷ୍ଟି କଲାଣି । ପ୍ରତିରକ୍ଷା ବିଭାଗରୁ 100 କୋଟିର

ଅର୍ଡର ପାଇଲାଣି । ଏନଆଇଟିକେବଳ ପ୍ଲେସମେଣ୍ଟର

ଡେଷ୍ଟିନେଶନ ନହେଉ । ରାଉରକେଲା ଏକ କ୍ୱାଲିଟି, ରାଉରକେଲା ଏକ

ଇମୋସନ, ଆସ୍ପାୟରେସନ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରାଉରକେଲାର

ନେତୃତ୍ୱରେ ଚାକିରି କରିବାର ନୁହେଁ, ଚାକିରି ଦେବାର

ସଂସ୍କୃତି ତିଆରି କରିବାକୁ ପଡ଼ିବ । ୱେଲଥ କ୍ରିଏସନ୍ କରିବା ପାଇଁ ପଡ଼ିବ । ଟେକ୍ନୋଲୋଜି

ମାଧ୍ୟମରେ ୱେଲଥ କ୍ରିଏସନ୍ ହେବ । ବିଶ୍ୱରେ ସମ୍ପନ୍ନ ହୋଇଥିବା ଅଞ୍ଚଳ ଗୁଡ଼ିକରେ ସେଠାକାର

ଅଗ୍ରଣୀ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନେ ସାମାଜିକ ସମସ୍ୟା ଉପରେ ଧ୍ୟାନ ଦେବା ଯୋଗୁଁ ।

ରାଉରକେଲା ମଧ୍ୟ ସେଭଳି ସ୍ଥିତିକୁ ଯାଉ ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଆଗକୁ ବଡ଼ ସମ୍ପ୍ରସାରଣର ଯୋଜନା ରହିଛି

। ଷ୍ଟିଲ ପ୍ଲାଣ୍ଟରେ ଏବେ ପାଖାପାଖି 5 ମିଲିୟନ ଟନ୍ ଉତ୍ପାଦନ ହେଉଛି । ଏହାକୁ ସାଢ଼େ 9

ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଟାର୍ଗେଟ କରିଛନ୍ତି । ଯାହାଦ୍ବାରା

ଦୁଇ ଗୁଣ ପୁଞ୍ଜିନିବେଶ ବଢିବ । ପାଖାପାଖି 35ରୁ 40 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

ଏ ବାବଦରେ ଆରଏସପିକର୍ତ୍ତୃପକ୍ଷଙ୍କ

ସହ ଶୁକ୍ରବାର ହୋଇଥିବା ଆଲୋଚନା ଉପରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ । କହିଲେ, ସ୍ଥାନୀୟ ସମସ୍ୟା ସମାଜ ସହ ଆଲୋଚନା କରି ସମାଧାନର

ରାସ୍ତା ବାହାର କରାଯାଉ । କିନ୍ତୁ ଏହି ସାଇକେଲକୁ ଅଟକାନଯାଉ । ଲୋକଙ୍କ ସମସ୍ୟା ଓ ସ୍ବାର୍ଥ

ସର୍ବୋପରୀ । କିନ୍ତୁ ଯେଉଁ ମାନଙ୍କ ଉପରେ ଦାୟିତ୍ଵ ଅଛି, ଏହାର ସମାଧାନ କରି

ଅର୍ଥନୈତିକ ଅଭିବୃଦ୍ଧିକୁ ଜାରି ରଖିବା ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ

ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ଏନଆଇଟିରାଉରକେଲା ହେବ ବୋଲି ଆଶା । ରାଉରକେଲା ଆଗକୁ ବଢ଼ିଲେ

ହିଁ ଓଡ଼ିଶା ଆଗକୁ ବଢିବ । ରାଉରକେଲା ମିନି ଓଡ଼ିଶା ଆଉ ମିନି ଭାରତ ।

ଫୁଲ ଜାଗାରେ ଫଳ ଦେଇ ସ୍ଵାଗତ କରାଗଲା । ଫୁଲ ତୋଡାର ଆୟୁଷ କେବଳ ଫଟୋ

ଉଠାଇବା ପର୍ଯ୍ୟନ୍ତ । ହଜାରେ ଟଙ୍କା ଫୁଲତୋଡ଼ା ବଦଳରେ 5 କେଜି ସେଓ ମିଳିବ । ତେଣୁ ଫୁଲ ବଦଳରେ

ଫଳ ଦିଆଯାଉ । ଏହାସହ ରାଉରକେଲାକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବା

ପାଇଁ ପଡିବ । ଏହି ପ୍ରୟାସ ନିରନ୍ତର ଜାରି ରହୁ । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ

ରାଉରକେଲା ବିଧାୟକ ସାରଦା ନାଏକ, ରଘୁନାଥପାଲି

ବିଧାୟକ ଦୁର୍ଗାଚରଣ ତନ୍ତି, ଉପ ବାଚସ୍ପତି

ଭବାନୀ ଶଙ୍କର ଭୋଇ, ଝାରସୁଗୁଡ଼ା

ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande