
ଧର୍ମଶାଳା, ୨୭ ଡିସେମ୍ବର (ହି.ସ.)- ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଜନକ ପଲ୍ଲୀପ୍ରଭା ବିଦ୍ୟାୟନର ପୁରାତନ ଛାତ୍ରସଂସଦର ଏକ ବନ୍ଧୁ ମିଳନ ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଈଶ୍ୱର ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଶିକ୍ଷାବିତ୍ ଅନାଦି ଚରଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ସୌଭାଗ୍ୟ କୁମାର ଆଗଳାସିଂହ ଓ ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ଶିକ୍ଷକ ବଳରାମ ମହାନ୍ତି, ଅରକ୍ଷିତ ଜେନା, ଜଗନ୍ନାଥ ଦାସ, ମହେଶ୍ୱର ଜେନାସାମନ୍ତ, ଗୋପାଳ ଚନ୍ଦ୍ର ଦାସ, ଅଧ୍ୟାପକ ଦୁଃଶାସନ ଜେନା ଓ ସୁନନ୍ଦ ନାୟକ ପ୍ରମୁଖ ଯୋଗଦେଇ ଏଭଳି ନିଆରା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ପାଦକ ପ୍ରଭାକର ମଣ୍ଡଳ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ଥାନୀୟ ବିଦ୍ୟାଳୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଂସଦର ସମସ୍ତ ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ