ଜାନୁୟାରୀ ୨୨ରୁ ଶଙ୍ଖ ମହୋତ୍ସବ
ଧର୍ମଶାଳା, ୨୭ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ଗଲଗଲି ଶଙ୍ଖଠାରେ ଆସନ୍ତା ଜାନୁୟାରୀ ୨୨,୨୩,୨୪,୨୫,୨୬ ପାଂଚଦିନ ଧରି ୧୪ ତମ ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ଅନୁଷ୍ଠିତ ହେବ । ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ
ଜାନୁୟାରୀ ୨୨ରୁ ଶଙ୍ଖ ମହୋତ୍ସବ


ଧର୍ମଶାଳା, ୨୭ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ଗଲଗଲି ଶଙ୍ଖଠାରେ ଆସନ୍ତା ଜାନୁୟାରୀ ୨୨,୨୩,୨୪,୨୫,୨୬ ପାଂଚଦିନ ଧରି ୧୪ ତମ ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ଅନୁଷ୍ଠିତ ହେବ । ବିଶ୍ୱଶାନ୍ତି ମହାଯଜ୍ଞ ତଥା ଶଙ୍ଖ ମହୋତ୍ସବ ଆଂଚଳିକ କମିଟି ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ଗଲଗଲି ଶଙ୍ଖଠାରେ ଅନୁଷ୍ଠିତ ହେବା ନେଇ ନିଷ୍ପତି ନିଆଯାଇଛି । ଉପଦେଷ୍ଟା ମଣ୍ଡଳୀର ସଭ୍ୟ ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କୋତପୁର ପୂର୍ବତନ ସରପଂଚ ସନ୍ତୋଷ କୁମାର ଜେନା, ପଟୁଣିଆର ପୂର୍ବତନ ସରପଂଚ ଇନ୍ଦ୍ରମଣି ଦଳେଇ, ପାଟପୁର ସରପଂଚ ପ୍ରତିନିଧି ଅର୍ଜୁନ ନାଏକ, ରାମଚନ୍ଦ୍ର ସେଠୀ, ସାନ୍ତନୁ ସେଠୀ, ସୁରେନ୍ଦ୍ର ଦଳାଇ, ଗୋବିନ୍ଦ ଚନ୍ଦ୍ର ଗନ୍ତାୟତ, ଅନିଲ କୁମାର ସାମନ୍ତରାୟ, ଶଶିକାନ୍ତ ଜେନା, ଭରତ ଚନ୍ଦ୍ର ଗନ୍ତାୟତ, ବିଶ୍ୱନାଥ ଜେନା, ଆନନ୍ଦ ଜେନା, ଅଭିମନ୍ୟୁ ଧଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମହୋତ୍ସବକୁ ସରସ, ସୁନ୍ଦର, ଆକର୍ଷଣୀୟ କରିବା ନେଇ ମତବ୍ୟକ୍ତ କରିଥିଲେ । କମିଟି ସମ୍ପାଦକ ପ୍ରଶାନ୍ତ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୨୨ ତାରିଖ ବିଶ୍ୱଶାନ୍ତି ମହାଯଜ୍ଞର ଅଙ୍କୁରାରୋପଣ କରାଯିବା ସହିତ ୨୩ ତାରିଖରେ ମହୋତ୍ସବ ଉଦ୍‌ଘାଟିତ ହେବ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ପର୍ଯ୍ୟଟନ ବିଭାଗ ଅଧିକାରୀ, ପ୍ରଶାସନିକ ଅଧିକାରୀଙ୍କ ସମେତ ସାଧୁ ସନ୍ଥଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ସହିତ ପ୍ରବଚନ କାର୍ଯ୍ୟକ୍ରମ କରାଯିବ । ବୈଠକରେ ଅତିଥି ଚୟନ, ପାଣ୍ଠି ସଂଗ୍ରହ, ହୋମ ଯଜ୍ଞ, ସାଜସଜ୍ଜା ଆଦି ବିଭିନ୍ନ ବିଷୟରେ ବିସ୍ତ୍ରୃତ ଆଲୋଚନା କରାଯାଇଥିଲା । ଏହି ଅବସରରେ କୋର କମିଟି, ଉପଦେଷ୍ଟା ମଣ୍ଡଳୀ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି, ଅଭ୍ୟର୍ଥନା କମିଟି ଆଦି କମିଟି ଗଠନ କରାଯାଇ ଆଖପାଖ ଛଅ ଗୋଟି ପଂଚାୟତର ବ୍ୟକ୍ତି ବିଶେଷଙ୍କୁ ମନୋନୀତ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିବେକାନନ୍ଦ ଦାସ, ଶୁଶାନ୍ତ ନାଏକ, ଜୟନ୍ତ ଜେନା ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଆଇନଜୀବୀ ଶ୍ୟାମ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande