
ଧର୍ମଶାଳା, ୨୭ ଡିସେମ୍ବର(ହି.ସ.)- ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟ ସଭାଗୃହରେ ସୂର୍ଯ୍ୟାସ୍ତ ପତ୍ରିକାର ବିଂଶତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କବି ଡ. ଗୌତମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା କଲେଜର ସାମ୍ବାଦିକ ଓ ଗଣଯୋଗାଯୋଗର ବିଭାଗର ବରିଷ୍ଠ ଅଧ୍ୟାପକ ଡ. ଦେବୀଲାଲ ମିଶ୍ର ଯୋଗଦେଇ ବର୍ତମାନର ସାମାଜିକ ଜୀବନରେ ସମ୍ବାଦପତ୍ର ଓ ବୈଦୁତିକ ଗଣମାଧ୍ୟର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ବିଷ୍ଣୁ ସାମନ୍ତରା ମହାବିଦ୍ୟାଲୟର ଅଧ୍ୟକ୍ଷ ପବିତ୍ର ମାହାଲା ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ଏସୟୁଜେର ସଭାପତି କୈଳାସ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ତଥା ସମାଜସେବୀ ମିନତୀ ସାହୁ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିବିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ବାଦ ପରିବେଷଣରେ ସ୍ୱତନ୍ତ୍ରତା ପାଇଁ ନିବେଦିତା ସାମଲଙ୍କୁ ସୂର୍ଯ୍ୟାସ୍ତ ସମ୍ମାନ, କବି ତଥା ଯୁବ ପ୍ରଶାସକ ଅଧିକାରୀ ଯୁଶୀକୃଷ୍ଣ ଦାସଙ୍କୁ ବୀର କିଶୋର ପାଢୀ ସାରସ୍ୱତ ସମ୍ମାନ ଓ ଭୁମିକା ଚକ୍ଷ୍ୁ ଚିକିତ୍ସାଳୟର ନିର୍ଦ୍ଦେଶକ ଭୀଷ୍ମ ରଥଙ୍କୁ ସୂର୍ଯ୍ୟାସ୍ତ ସମ୍ମାନ ପ୍ରଦାନ କରାଯାଇ ଥିଲା । ଏଥିସହ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତାଲାଭ କରିଥିବା ବହୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ସୂଯ୍ୟାସ୍ତର ଚଳିତ ସଂସ୍କରଶକୁ ଉନ୍ମୋଚିତ କରାଯାଇଥିଲା । ସୂର୍ଯ୍ୟାସ୍ତର ବାର୍ତା ସମ୍ପାଦିକା ଡ. ସସ୍ମିତା ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ କବିତାପାଠ ଉତ୍ସବ ସାହିତ୍ୟିକ କାହ୍ନୁ ଚରଣ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡ. ବିଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ପୁର୍ବତନ ଅଧ୍ୟକ୍ଷ କୁଶଧର ପଣ୍ଡା ଯୋଗ ଦେଇଥିଲେ । ଶଶୀଭୁଷଣ ଦ୍ୱାରୀ ଓ ସରୋଜିନୀ ପତି କବିତା ସଂଯୋଜନା କରିଥିଲେ । ଏଥିରେ ବହୁ କବିମାନେ ଯାଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସୂର୍ଯ୍ୟାସ୍ତର ସମ୍ପାଦକ ବିବେକାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ