ଜିରୋ ନାଇଟ ସେଲିବ୍ରେସନ, ସୁରକ୍ଷାରେ 15ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ
ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଜିରୋ ନାଇଟ ସେଲିବ୍ରେସନକୁ ନେଇ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷାରେ 15ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ସମସ୍ତ ଥାନା ଅଧିକାରୀମାନଙ୍କୁ ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ
ଜିରୋ ନାଇଟ ସେଲିବ୍ରେସନ, ସୁରକ୍ଷାରେ 15ପ୍ଲାଟୁନ ପୋଲିସ ଫୋର୍ସ     ନିୟୋଜିତ


ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଜିରୋ ନାଇଟ ସେଲିବ୍ରେସନକୁ ନେଇ କମିସନରେଟ ପୋଲିସର

ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷାରେ 15ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ରହିବେ । ସମସ୍ତ ଥାନା ଅଧିକାରୀମାନଙ୍କୁ ନିଜ

ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁରେଶ

ଦେବଦତ୍ତ ସିଂ । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ

ଯାଞ୍ଚ ପ୍ରକ୍ରିୟା ସରିଛି । ସୁରକ୍ଷିତର ସହ ଜନ

ସାଧାରଣ କିଭଳି ଜିରୋ ନାଇଟ ସେଲିବ୍ରେସନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ମଦ୍ୟପ ଗାଡି ଚାଳକ ମାନଙ୍କ ଉପରେ ନଜର ରହିବ । ସବୁ

ବାର, ରେଷ୍ଟୁରାଣ୍ଟ ମାଲିକ

ମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ସେମାନେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ଏନେଇ ନିର୍ଦେଶାବଳି କମିସନରେଟ ପୋଲିସ ପକ୍ଷରୁ ଜାରି

କରାଯାଇଛି । ମହିଳା ମାନଙ୍କ ସୁରକ୍ଷାକୁ ଅଧିକ

ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ । ନିର୍ଦ୍ଧାରିତ

ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ରହିଛି ବୋଲି ପୋଲିସ କମିସନର

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande